ବୃକ୍ଷ ଆମର ପ୍ରକୃତ ବନ୍ଧୁ

ବୃକ୍ଷ ଆମର ପ୍ରକୃତ ଭାଇ,ବୃକ୍ଷ ଆମର ପ୍ରକୃତ ବନ୍ଧୁ ନାରା ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ବୃକ୍ଷ ଗୁଡ଼ିକୁ ରାକ୍ଷୀ ବାନ୍ଧିଲେ l ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ l କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀଳମଣି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବୃକ୍ଷ ସଦାସର୍ବଦା ଦାତବ୍ୟ ଭାବରେ ମାନବ ସମାଜ ପାଇଁ ହିତ ସାଧନ କରିଥାଏ l ବୃକ୍ଷ ସମାଜକୁ ନିଜର ସର୍ବସ୍ୱ ପ୍ରଦାନ କରିଥାଏ ଯଥା କାଠ, ଜାଳେଣୀ,ଫୁଲ, ଫଳ, ମହୁ, ଝୁଣା, ଓଷଧୀୟ ଦ୍ରବ୍ଯ ,ଗୃହଉପକରଣ ଓ ଅମ୍ଳଜାନ ଏପରି ବୃକ୍ଷର ମହତ ଗୁଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଶିକ୍ଷକ ସୁଜିତ୍ କୁମାର ତରିଆ,ସତ୍ୟଜିତ ପଣ୍ଡା, ସରୋଜ କୁମାର ସାହୁ,ଦୁଷ୍ମନ୍ତ ବିଶ୍ଵାଳ,ଶିକ୍ଷୟତ୍ରୀ ଏମ. ମାଧୁରୀ ଦୋରା,ସୁପ୍ରିୟା ପ୍ରିୟଦର୍ଶିନୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତଥିଲେ l କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ବନମାଳୀ ମେହେର ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ମୀରାବାଇ ଧାରୁଆ ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *