ଅବସ୍ଥା ବେହାଲ ହେବା ସହ ଜନବଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି

ଗତ କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ କେନ୍ଦୁଝର ସହରବାସୀ ଙ୍କ ଅବସ୍ଥା ବେହାଲ ହେବା ସହ ଜନବଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି I
କେନ୍ଦୁଝର ରେ ଗତ କାଲି ରାତିରୁ ସକାଳ ପର୍ଯ୍ୟନ୍ତ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଫଳରେ ବିଭନ୍ନ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି | ସହରବାସୀ ଙ୍କ ଅବସ୍ଥା ବେହାଲ ହେବା ସହ ଜନବଜିବନ ଅସ୍ତବ୍ୟସ୍ତ ହୋଇ ପଡିଛି I ପ୍ରବଳ ବର୍ଷା ହେବା ଫଳରେ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡ ର ସାହୀ , ବସ୍ତୀ ଓ କଲୋନୀ ରେ ୱାଟର ଲଗିଙ୍ଗ ହେବା ଫଳରେ ରାସ୍ତା ଘାଟ ରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାଲକିପାତଳା , କୁଲାଡେରା ମାର୍ଗ , ସ୍ପଞ୍ଜ କଲୋନୀ , ବଳଦେବଜୀଉ କଲୋନୀ , ଇନକମଟ୍ୟାକ୍ସ ଅଫିସ ଗଳି, ସିଲୁଆଁ କନଭେଣ୍ଟ ରୋଡ ଆଦି ଅଞ୍ଚଳରେ ୱାଟର ଲଗିଂ ହେବା ଫଳରେ ରାସ୍ତା ଘାଟ ରେ ଆଣୁଏ ଉଚ୍ଚାର ପାଣି ଜମି ରହିବା ସହ ଘର ଦ୍ଵାର ରେ ପାଣି ପଶିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।


ସେହିପରି କେନ୍ଦୁଝର ରେ ଲଘୁ ଚାପ ଜନିତ ପ୍ରବଳ ବର୍ଷା । ଫଳରେ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟିରେ ପାହାଡ଼ ଉପରୁ ରାସ୍ତା ଉପରେ ପଥର ଖସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଘାଟିର୨ ଟି ସ୍ଥାନରେ ବଡ ପଥର ଖସି ପଡ଼ିଥିଲା | NHAI କର୍ତ୍ତୃପକ୍ଷ ରାସ୍ତା ଉପରୁ ପଥର ହଟାଇ ଯାତାୟତ ପାଇଁ ପ୍ରୟାସ କରିଥିଲେ।
ଏହି ପରୀପ୍ରେକ୍ଷୀରେ ସହର ବାସିନ୍ଦା ମୌସୁମୀ ମୁଣ୍ଡା ଏବଂ ରାକ୍ଷୀ ମହାନ୍ତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ପୌରପାଳିକାର ନିର୍ବାହୀ ଅଧିକାରୀ ଏହା କୁ ସ୍ବୀକାର କରିବା ସହ ୯ ନମ୍ବର ୱାର୍ଡ ରେ ୱାଟର ଲଗିଙ୍ଗ ହୋଇଛି କାମ ପାଇଁ ଟେଣ୍ଡର ସରିଚି ଓ ସୋରେଜ ସିଷ୍ଟମ ପାଇଁ ବ୍ୟବସ୍ଥା ହେଉଛି । ବର୍ତମାନ ପାଇଁ ଏକାଧିକ ମୋଟର ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଛି ବୋଲି ଆମ ସାମ୍ବାଦିକଙ୍କୁ ଜଣାଇଛନ୍ତି।
ପୌରପାଳିକା ଅଧିକାରୀ ଲଳିତ କୁମାର ନାୟକ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।
କେନ୍ଦୁଝରରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *