ସାପ କାମୁଡାରେ ୮ ବର୍ଷ ର ବାଳକ ମୃତ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ତାଲବେଡ଼ା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ତାଲବେଡ଼ା ଗ୍ରାମର ରଞ୍ଜିତ ବଗର୍ତ୍ତୀ ଙ୍କ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ପୁଅ କପିଳାସ (୮ବର୍ଷ) ରାତିରେ ଖାଇ ସାରି ପଲଙ୍କ ରେ ଶୋଇଥିଲେ l ରାତି ପ୍ରାୟ ୧୦ ଟା ସମୟରେ କପିଳାସ ଙ୍କୁ ଏକ କଲେର୍ ସାପ କମୁଡ଼ି ଥିଲା l ତାଙ୍କ ଚିତ୍କାର ଶୁଣି ବାପା ମାଁ ସାପଟି ଖଟ ଉପରେ ରହିଥିବା ଦେଖିଥିଲେ l କପିଳାସ କୁ ଗୁରୁତର ଅବସ୍ଥାରେ ପ୍ରଥମେ କଣ୍ଟାମାଳ ଓ ପରେ ସୋନପୁର ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ l ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମେତ୍ୟୁ ହୋଇଥିଲା l ସାପ କାମୁଡାରେ ନାବାଳକ ର ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଗାଁ ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା l କପିଳାସ କୁ କମୁଡ଼ିଥିବା ସାପକୁ ଉତ୍ୟକ୍ତ ଲୋକେ ମାରି ଦେଇ ଥିବା ଜଣା ପଡ଼ିଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

 

Leave a Reply

Your email address will not be published. Required fields are marked *