ରାଜଗାଙ୍ଗପୁର କାର୍ଯ୍ୟ ନିର୍ଦ୍ଦେଶକ ଅଧିକାରୀ ଙ୍କ ଉପରେ ଆକ୍ରମଣ

ରାଜଗାଙ୍ଗପୁର/ କାର୍ଯ୍ୟ ନିର୍ଦ୍ଦେଶକ ଅଧିକାରୀ ଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା। ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନା ର କାର୍ଯ୍ୟ ନିର୍ଦ୍ଦେଶକ ଅଧିକାରୀ ଚେତନ ଶ୍ରୀ ବାସ୍ତବଜୀ ଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇ ଦୋଷୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଶ୍ରୀ ଚେତନ ଶ୍ରୀ ବାସ୍ତବଜୀ ତାଙ୍କର ପରିବାର ଲୋକ ଙ୍କ ସହ ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ଐତିହାସିକ ଗଣେଶ ପୂଜା ଦର୍ଶନ ପାଇ ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଫୁଟବଲ ପଡ଼ିଆ ନିକଟରେ ଗଣେଶ ପ୍ରତିମା ଦର୍ଶନ କରି ଫେରୁଥିବା ସମୟରେ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଭଟାପଡା ଅଞ୍ଚଳର ଦିଲିପ ସାହୁ ଚେତନ ଶ୍ରୀ ବାସ୍ତବଜୀ ଙ୍କୁ ରାସ୍ତା ମଝିରେ ଅଟକାଇ ନିଜର ବିଭିନ୍ନ ସମସ୍ୟା କୁ ଆଲୋଚନା କରିଥିଲେ। ଚେତନ ଶ୍ରୀ ବାସ୍ତବଜୀ ତାଙ୍କର ପରିବାର ଲୋକ ଙ୍କ ସହ ଗଣେଶ ପୂଜା ରେ ବ୍ୟସ୍ତ ଥିବାରୁ ସମସ୍ତ କଥା ଅଫିସ ରେ ଆସି ଆଲୋଚନା ପାଇଁ ପରାମର୍ଶ ଦେବାରୁ ଏଥିରେ ଦିଲିପ ସାହୁ ଅରାଜି ହୋଇ ତାଙ୍କର ରାସ୍ତା ଅବରୋଧ କରି ରାଗିଯାଇ ଚେତନ ଶ୍ରୀ ବାସ୍ତବଜୀ ଙ୍କୁ ଧକ୍କା ଦେବାରୁ ସେ ତଲେ ପଡିଯିବା ଦେଖି ତାଙ୍କର ଆତ୍ମରକ୍ଷା ପାଇଁ ଥିବା ସୁରକ୍ଷା କର୍ମୀ ଦିଲିପ ସାହୁ ଙ୍କୁ ମାଡ଼ ମାରି ନାକ ଫଟାଇ ଦେଇଥିଲେ ଉକ୍ତ ଘଟଣା ରାସ୍ତା ମଝିରେ ମହାଭାରତ ରୂପ ନେବା ଦେଖି ସୁରକ୍ଷା କର୍ମୀ ଚେତନ ଶ୍ରୀ ବାସ୍ତବଜୀ ଙ୍କୁ କୈଳାସ କ୍ରମେ ସେଠାରୁ ନେଇଯିବାରେ ସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ସୁଚନା ପାଇଁ ରାଜଗାଙ୍ଗପୁର ପୋଲିସ ପହଞ୍ଚି ଦିଲିପ ସାହୁ ଙ୍କୁ ଥାନା ରେ ନେଇ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ଘଟଣା ସମ୍ପର୍କରେ ଥାନା ରେ ଏକ ଅପର ବିରୁଦ୍ଧରେ ଏତଲା ଦେଇଥିବା ଜଣାପଡ଼ିଛି। ବହୁ ଚର୍ଚ୍ଚିତ ଘଟଣାକୁ ନେଇ ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲା ରେ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *