ବିଷାକ୍ତ ସାପ କାମୁଡାରେ ଦୁଇ ମୃତ

ବିଷାକ୍ତ ସାପ କାମୁଡାରେ ଦୁଇ ମୃତ। ସାପ କାମୁଡ଼ାରେ କେନ୍ଦୁଝର, କନ୍ଧମାଳ, ବୌଦ୍ଧ ଏବଂ ରାୟଗଡା ଆଦି ଉପାନ୍ତ ଜିଲ୍ଲା ମାନଙ୍କରେ ପ୍ରାୟ ସବୁଦିନ ଏହି ଅଘଟଣ ଘଟୁଅଛି। ସରକାରଙ୍କର ମାଳମାଳ ଯୋଜନା ଥାଇ ମଧ୍ୟ ସାପ, ମହୁମାଛି ଏବଂ ଭାଲୁମାନଙ୍କ ଦ୍ୱାରା ଆକ୍ରାନ୍ତ ଓ ମୃତ ବ୍ୟକ୍ତିମାନଙ୍କ ପ୍ରତି କୌଣସି ଯୋଜନା କାର୍ଯ୍ୟକାରୀ ହେଉନାହିଁ। ନିରୀହ ଆଦିବାସୀ ଓ ଅବହେଳିତ ଲୋକମାନେ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ବିଷାକ୍ତ ଜନ୍ତୁ କାମୁଡା ଯୋଗୁଁ ଏବଂ ଔଷଧ ଅଭାବରୁ ମୁର୍ତ୍ୟୁ ବରଣ କରୁଛନ୍ତି। ଏହା ଆମ ନ୍ୟୁଜ ସେଗମେଣ୍ଟ “We State You Investigate”। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଦୁବୁଲାବେଡା ଗ୍ରାମର ଦାମୋଦର ମହାନ୍ତଙ୍କ ପୁଅ ଅଭୟ କୁମାର ମହାନ୍ତ(୩୦) ଏବଂ ପାଟଣା ବ୍ଲକ ଦକ୍ଷିଣପଶି ଗ୍ରାମର ପ୍ରଶାନ୍ତ ମହାନ୍ତଙ୍କ ୪ ବର୍ଷର ଝିଅ ପ୍ରତିମା ପ୍ରିୟଦର୍ଶନୀ ମହାନ୍ତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଦୁବୁଲାବେଡା ଗ୍ରାମକୁ ଅଭୟଙ୍କ ଘରକୁ ଝିଆରୀ ପ୍ରତିମା ନିଜ ମାଆଙ୍କ ସହ ଆସିଥିଲେ। ରାତିରେ ଖାଇସାରି ସମସ୍ତେ ତଳେ ଶୋଇଥିଲେ। ଶୋଇଥିବା ବେଳେ ଅଭୟ ଏବଂ ଝିଆରୀ ପ୍ରତିମାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଆଜି ସକାଳେ ସାପ କାମୁଡିଥିବା ନେଇ ଜଣାପଡିବା ବେଳେ ଉଭୟଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ପ୍ରତିମାଙ୍କୁ ଡାକ୍ତର ମୃତ ଘୋଷଣ କରିଥିଲେ। ଗୁରୁତର ଅବସ୍ଥାରେ ଅଭୟଙ୍କୁ କେନ୍ଦୁଝର ମୁଖ୍ୟଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟ ଗାଁ ରୁ ଫଟୋ ନ୍ୟୁଜ ଟାଇମର ସାମ୍ବାଦିକ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *