ଭାରତୀୟ ରେଳଗାଡ଼ି ଧକ୍କାରେ ଗୁରୁତର ଆହାତ ଗଜରାଜ। ରାଜଗାଙ୍ଗପୁର ରେଳଷ୍ଟେସନ ନିକଟସ୍ଥ ସୋନାଖାନ ସଗରା ମଝିରେ ଗତକାଲି ବିଳମ୍ବିତ ରାତିରେ ଅଜଣା ରେଳଗାଡ଼ି ଧକ୍କାରେ ଗୁରୁତର ଆହାତ ଗଜରାଜ ରେଳ ଧାରଣାରେ ପଡ଼ିରହିଲା। ସୁଚନା ପାଇଁ ରେଳ ସୁରକ୍ଷା ବଳ,ବଣ ବିଭାଗ ସ୍ଥାନୀୟ ପୋଲିସ ଓ ପଶୁ ଡାକ୍ତରମାନେ ଘଟଣା ସ୍ଥଳରେ ପହଞ୍ଚି ଆହାତ ଗଜରାଜ କୁ ପାଣି ଓ ଫଳ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ।

ହାୱଡା ମୁମ୍ବାଇ ମୂଖ୍ୟ ରେଳ ମାର୍ଗ ଥିବା ଉକ୍ତ ରେଳ ଧାରଣାରେ ସମସ୍ତ ରେଳ ଗାଡ଼ି ବାତିଲ ହୋଇ ବିଭିନ୍ନ ଷ୍ଟେସନ ଓ ରେଳ ଲାଇନରେ ଛିଡ଼ା ହୋଇଥିଲା। ଗୁରୁତର ଆହାତ ଗଜରାଜ କୁ ରେଳ ଧାରଣାରୁ ସ୍ଥାନାନ୍ତରିତ କରି ଚିକିତ୍ସା ପାଇଁ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ବିଚାର ବିମର୍ଶ କରୁଥିବା ପରିଲକ୍ଷିତ ହୋଇଥିଲା।

ଉକ୍ତ ଗଜରାଜ କୁ କ୍ରେନ ଯୋଗେ ଉଦ୍ଧାର କରି ନିକଟସ୍ଥ ପଶୁ ଡାକ୍ତରଖାନାକୁ ବନବିଭାଗ ସ୍ଥାନାନ୍ତରିତ କରିଅଛି।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
