ବିଜୁ ଜନତା ଦଳ ଛାଡିଲେ ପୂର୍ବତନ ସାଂସଦ ଏନ, ଭାସ୍କର ରାଓ। ସେ ହେଉଛନ୍ତି ଦକ୍ଷିଣ ଓଡିଶା ର ଜଣେ ଟାଣୁଆ ନେତା। ଦକ୍ଷିଣ ଓଡିଶା ରେ ବିଜୁ ଜନତା ଦଳର ଏହା ହେଉଛି ନିମ୍ନଗାମିର ସୂଚନା। ଶ୍ରୀ ଭାସ୍କର ରାଓ ଗଠନ କଲେ “ବିଜୁ ସ୍ୱାଭିମାନ ମଞ୍ଚ”। ସେ ଜିଲ୍ଲା ସଭାପତି ଚୟନ କୁ ନେଇ ଅସନ୍ତୁଷ୍ଟ ଥିଲେ। ରାୟଗଡା ରେ ଏକ ସାମ୍ବାଦିକ ସମିଳନୀ ଡକାଇ ଇସ୍ତଫା ଘୋଷଣା କରିଛନ୍ତି।

ବିଜେଡି ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ଶରକା ନାମ ଘୋଷଣ ପରେ ରାୟଗଡା ଜିଲ୍ଲା ରେ କଂପନ ସୃଷ୍ଟି ହେଇଥିଲା l ଜିଲ୍ଲା ରେ ନେତା କର୍ମୀ ଙ୍କ ମନ ରେ ଲାଗି ଥିଲା ଅସନ୍ତୋଷ ର ନିଆଁ l ଜିଲ୍ଲାରେ ବିଜେଡି ନେତା ଏନ ଭାସ୍କର ରାଓଙ୍କ ଇସ୍ତଫା ପରେ ଭାଙ୍ଗି ଯାଇଛି ବିଜେଡି ସଙ୍ଗଠନ ବୋଲି ସେ ମତ ଦେଉଛନ୍ତି l

ତାଙ୍କ ସାଙ୍ଗରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଓ ଗଙ୍ଗାଧର ପୁଆଲା ମଧ୍ୟ ଇସ୍ତଫା ଦେଇଛନ୍ତି l ଦଳରେ ପୂର୍ବ ଭଳି ଗୁରୁତ୍ୱ ରହୁନଥିବlରୁ ଓ ସଂମାନ ଦିୟା ଯାଉ ନାହିଁ ବୋଲି ସେମାନେ ଦଳ ଛାଡିବା ପ୍ରକାଶ କରିଛନ୍ତି l

ବିଜୁ ବାବୁ ଙ୍କ ନାମରେ “ବିଜୁ ସ୍ୱାଭିମନ ମଞ୍ଚ” ଗଠନ କରି ଲୋକମାନଙ୍କ ପାଇଁ କାମକରିବେ ବୋଲି ଭାସ୍କର ରାଓ ମତ ପ୍ରକାଶ କରିଛନ୍ତି। ଦଳରେ କେଉଁମାନେ ରହିବେ ଏବଂ କେଉଁମାନେ ଦଳ ଛାଡ଼ିବେ ବ୍ୟକ୍ତି ଗତ ସ୍ୱାଧୀନତା ରହିବ ବୋଲି କହିଛନ୍ତି l ଦଳରେ ଶ୍ରୀ ରାଓ ଜଣେ ଦୃଢ଼ ସଙ୍ଘଠକ। ସେ ୨୦୧୬ ମସିହାରେ ବିଜେଡ଼ି ଦଳ ତରଫରୁ ରାଜ୍ୟ ସଭା ସାଂସଦ ପାଇଁ ମନୋନିତ ହେଇଥିଲେ l
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
