ଆନ୍ତର୍ଜାତୀୟ ସାକ୍ଷରତା ଦିବସ ୨୦୨୫ ପାଳନ ଅବସରରେ ଜନ ସଚେତନତା ଅଭିଯାନ।
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ୨୦୨୫ପାଳନ ଅବସରରେ ଏକ ଜନସଚେତନତା ରାଲି ଫୁଲବାଣୀ ମୁନିସିପାଲିଟି ରେ ଅବସ୍ଥିତ ଭଚ୍ଚ ବିଦ୍ୟାଳୟର ସ୍କାଉଟ, ଗାଇଡ଼, ରେଡ କ୍ରସର ଜୁନିୟର ଓ ଅନ୍ୟାନ୍ୟ ଛାତ୍ର ଓ ଛାତ୍ରୀ ତଥା ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ, ଜୁନିୟର ରେଡ କ୍ରସ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଶଷିତ ହୋଇଥୂଲା।

ଉକ୍ତ ରାଲିକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧ୍ଵକାରୀ ମାନସ ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷାଧ୍ଵକାରୀ ପ୍ରଣୟ କୁମାର ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ
ସଞ୍ଜୟ କୁମାର ପାତ୍ର, ଜିଲ୍ଲା ବିଜ୍ଞାନ ପର୍ଜବେକ୍ଷକ ଓ ସିମାଞ୍ଚଳ ସ୍ବାଇଁ ଉକ୍ତ କାର୍ଯ୍ୟକ୍ରମକୁ
ସବ୍ରୁଜ ପତାକା ଦେଖାଇ ଶୁଭାରମ୍ଭ କରିଥ୍ବଲେ । ଏହି ରାଲି ଏ. ଜେ. ଓ. ଉଚ୍ଚ ବିଦ୍ୟାଳୟ

ଫୁଲବାଣୀରୁ ବାହାରି ଗୋପବନ୍ଧୁ ଛକ, ଗାନ୍ଧୀ ଛକ, ବସ ଷ୍ଟାଣ୍ଡ, ଖଳିଆବନ୍ଧ, ମାଷ୍ଟର ପଡା
ଛକ ଦେଇ ଏ. ଜେ. ଓ. ଉଚ୍ଚ ବିଦ୍ୟାଳୟ, ଫୁଲବାଣୀରେ ପହଞ୍ଚିଥିଲା । ଏହି ରାଲିର ମୁଖ୍ୟ

ଉଦ୍ଦେଶ୍ୟ ଥୁଲା କନ୍ଧମାଳ ଜିଲ୍ଲାର ସମସ୍ତ ୧୫+ ପ୍ରୌଢ ନିରକ୍ଷର ଜନସାଧାରଣ ନବ ଭାରତ
ସାକ୍ଷରତା କାର୍ଯ୍ୟକ୍ରମରେ ଭାଗ ନେଇ ସାକ୍ଷର ହୁଅନ୍ତୁ। ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ
ହୁଅନ୍ତୁ ଏବଂ କନ୍ଧମାଳ ଜିଲ୍ଲାକୁ ନିରକ୍ଷର ମୁକ୍ତ କରନ୍ତୁ ।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
