ରାଜଗାଙ୍ଗପୁର ପଞ୍ଚାୟତ ସଭାଗୃହ ଠାରେ ବ୍ଲକ ମଗଂଳ ଅଧିକାରୀ ଙ୍କ ତତ୍ବାବଧାନରେ ଆଦିବାସୀ ପରିଚୟ କୁ ସଂଗ୍ରଖିତ ରଖୀ ସାମାଜିକ ଆର୍ଥିକ ଉନ୍ନତି ଲକ୍ଷ୍ୟ ଉଦେଶ୍ୟ ରେ ଆଦି ସହଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । DAJGUA ଗ୍ରାମ ସ୍ତରୀୟ ପ୍ରଶିକ୍ଷଣ ଶିବିର ରେ ପଞ୍ଚାୟତ ସମିତି ର ବିଭିନ୍ନ ବିଭାଗ ପଞ୍ଚାୟତ ରାଜ ଅନ୍ତର୍ଗତ ପାଣିୟ ଜଳ ଗ୍ରାମ ଉନ୍ନୟନ ସ୍ଵାସ୍ଥ୍ୟ ଜଂଗଳ ପରିବେଶ ଜଳବାୟୁ ବିଦ୍ଵୃତ ଗଣଶିକ୍ଷା ମହିଳା ଶିଶୁ ବିକାଶ ଅନ୍ତର୍ଗତ ଜନଜାତି ଅନୁସୁଚିତ ଜାତିର ଉନ୍ନୟନ ପଛୁଆବର୍ଗ ସଂଖ୍ୟାଲଘୁ ଭତା ଆଦି ଏବଂ ବିଭିନ୍ନ ବିଭାଗ ର ଅଧିବାସୀ ଅଂଶଗ୍ରହଣ କରି ଗ୍ରାମ ଗୁଡିକର ବିକାଶ ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଗ୍ରାମ ସ୍ତରରେ ସ୍ଵଂୟ ସହାୟତା ଗୋଷ୍ଠୀ ର ସଭ୍ୟ ପାରମ୍ପରିକ ନେତା ଯୁବ ସ୍ବେଛାସେବୀ ଗ୍ରାମ ର ବୁଦ୍ଧିଜୀବୀ ଙ୍କୁ ନେଇ ୨୦ ଜଣିଆ ଆଦିସାଥି ନାମରେ ଏକ ଦଳ ଗଠିତ କରାଯିବ ବୋଲିି ସୁଚନା ଦେଇଥିଲେ। ଉକ୍ତ ଦଳ ସେପ୍ଟେମ୍ବର ୭ ରୁ ୧୫ ତାରିଖ ଯାଏ ବିଭିନ୍ନ କର୍ମଶାଳା ସଚେତନ କାର୍ଯ୍ୟକ୍ରମ ମାଧ୍ୟମ ରେ ଗ୍ରାମ ବାସି ଙ୍କ ବିଭିନ୍ନ ସମସ୍ୟା ଅଭିଯୋଗ ସଂଗ୍ରହ କରି ସମସ୍ୟା କୁ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗ୍ରାମ ସଭା ରେ ଆଲୋଚନା କରାଯାଇ ଗ୍ରାମ କାର୍ଯ୍ୟଳୟ ରେ ଯୋଜନା ପ୍ରସ୍ତୁତି କରି ଗ୍ରାମସଭା ରେ ପାରିତ କରାଯିବ ବୋଲିି ସୁଚନା ଦେଇଥିଲେ। ଉକ୍ତ ଉଦଯାପନ କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ ବିଡ଼ିଓ ଅକ୍ଷୟ କୁମାର ବାଗ ଓ ଅନ୍ୟାନ୍ୟ ଅଧିକାରୀ ଙ୍କ ଉପସ୍ଥିତି ରେ ପ୍ରଶିକ୍ଷଣ ମାନଙ୍କୁ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଅଭିଯାନ କୁ ସଫଳ କରିବାକୁ ଆହ୍ବାନ ଜଣାଇଥିଲେ। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।
ରାଜଗାଙ୍ଗପୁର ପଞ୍ଚାୟତ ସଭାଗୃହ ଠାରେ ସହଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
