ଗାଡି ଚାଳକ ମାନଙ୍କ ଦ୍ଵାରା ଟ୍ରାଫିକ୍ ନିୟମ ସଚେତନତା

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସେପ୍ଟେମ୍ୱର ୧୭ ରାଷ୍ଟ୍ରୀୟ ଚାଳକ ଦିବସ ପାଳନ ହୋଇଅଛି। ଏହି ଉପଲକ୍ଷେ ଗୁଣପୁର ଶାଖା ଡ଼୍ରାଇଭର ସଙ୍ଘ ତରଫରୁ ଡ଼୍ରାଇଭରମାନେ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ଠାରୁ ଆରମ୍ଭ କରି ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ରାସ୍ତାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଗ କରୁଥିବା ଗୁଣପୁର ବାଇପାସ୍ ଛକଠାରେ ଉପସ୍ଥିତ ସ୍ଵର୍ଗତ କମ୍ରେଡ ନାଗଭୁଶଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ଡ଼୍ରାଇଭରଭାଇମାନେ ଯୋଗଦେଇଥିଲେ। ଶୋଭାଯାତ୍ରା ସମୟରେ ଜାତୀୟ ପିତା ମହାତ୍ମା ଗାନ୍ଧି , ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓ ସ୍ଵର୍ଗତ କମ୍ରେଡ ନଗଭୁଶଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିମନଙ୍କରେ ପୂଷ୍ପମାଲ୍ୟ ଅର୍ପଣ କରିଥଲେ। ଦେଶର ସାଧାରଣ ନାଗରିକମାନ ଗାଡ଼ି ଚଲାଇବା ସମୟରେ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବା ପାଇଁ ଶୋଭାଯାତ୍ରା ଯୋଗେ ସାଧାରଣ ଲୋକଙ୍କୁ ଅନୁରୋଧ କରିଥିଲେ।
ଗୁଣପୁର ରୁ ଫଟୋ ନ୍ୟୁଜ ଟାଇମସ ର ସାମ୍ବାଦିକ ଗଣେଶ କୋଲାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *