ଭାଲୁ ଆକ୍ରମରେ ଜଣେ ଯୁବକର ମୃତ୍ଯୁ

ଭାଲୁ ଆକ୍ରମରେ ଜଣେ ଯୁବକର ମୃତ୍ଯୁ । ସୂଚନାରୁ ପ୍ରକାଶ ଘଟଗାଁ ଥାନା ଘଟଗାଁ ରେଞ୍ଜ କୋଳିପୋଷି ଜଙ୍ଗଲ ନିକଟରେ ତିନି ମାଈ ଭାଲୁ ଆକ୍ରମଣରେ ଗ୍ରାମର ନୁନୁ ନାଏକ ମୁର୍ତ୍ୟୁବରଣ କରିଛନ୍ତି। ସକାଳ ସମୟରେ ନିତ୍ୟକର୍ମ କରିବାକୁ ଗାଁ ନିକଟସ୍ଥ ପୋଖରୀ ଯାଇଥିଲେ। ଦୁର୍ଭାଗ୍ୟ ବଶତଃ ପ୍ରତେକ ଦିନ କାରବାର କରୁଥିବା ପୋଖରୀ ନିକଟରେ ତିନି ଭାଲୁ ମିଳିତ ହୋଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ମୃତ ନୁନୁ ନାଏକ ଘଟଣା ସ୍ଥଳରେ ପଡିଯାଇଥିଲେ। ଭାଲୁ ଆକ୍ରମାଣରେ ମୁଣ୍ଡ ଖପୁରୀ, ଆଖି ଓ ପେଟ ତଳ ଅଙ୍ଗ ପ୍ରତେଙ୍ଗ ଅବସ୍ଥା ଭୟାନକ ହୋଇଛି ଏବଂ ଘଟଣା ସ୍ଥଳରେ ମୃତ୍ଯୁ ଘଟିଛି। ଆକ୍ରମଣ ଘଟଣା ସ୍ଥଳକୁ ସ୍ଥାନୀୟ କିଛି ଯୁବକ ଦେଖି ଡାକପକାଇବାରୁ ଭାଲୁ ଭୟରେ ଛାଡି ଚାଲି ଯାଇଥିଲା। ଏହି ସମ୍ପର୍କରେ ଗ୍ରାମବାସୀ ମାନେ ଆମ କ୍ୟାମେରା ଟିମକୁ ନିଜର ମତ ଓ ମନ୍ତବ୍ୟ ଦେଇଛନ୍ତି।
ଘଟଗାଁ ରୁ ଫୋଟ ନିୟୁଜ ଟାଇମସର ସାମ୍ବାଦିକ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *