ବାନ୍ଦୁପଲା ଜିପିରେ ମୋଦିଙ୍କ ସ୍ଲୋଗାନ

ଟିଟିଲାଗଡ ବ୍ଲକ ଅଧିନସ୍ଥ ବାନ୍ଦୁପଲା ଗ୍ରାମପଞ୍ଚାୟତ ରେ ଏକ ପେଡ୍ ମାଁ କେ ନାମ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ର ADEO ଶ୍ରୀଯୁକ୍ତ ରାଜକୁମାର ଶର୍ମା ଙ୍କ ନେତୃତ୍ୱରେ ଦର୍ଜୀମୁଣ୍ଡା ଟ୍ୟାଙ୍କ, ପାନ୍ତିମୁଣ୍ଡା ଟ୍ୟାଙ୍କ,ସୋନେଖାଲ ଟ୍ୟାଙ୍କ , ଦେଶିଲ ଅମୃତ ସରୋବର,କୁଟେନଶିଲ ଖେଳ ପଡିଆ ରେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଟିଟିଲାଗଡ ବ୍ଲକ ର ବି.ଡ଼ି.ଓ ଶ୍ରୀଯୁକ୍ତ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବଂ ବୃକ୍ଷ ରୋପଣ କରି ବାନ୍ଦୁପଲ ଗ୍ରାମ ପଞ୍ଚାୟତ ର ଜନସାଧାରଣଙ୍କୁ ମାଁ ପ୍ରତି ସମ୍ମାନ ଏବଂ ଧରିତ୍ରୀ ମାଁ ର ସୁରକ୍ଷା ତଥା ପରିବେଶ ଓ ପ୍ରକୃତି ର ସୁରକ୍ଷା ପାଇଁ ବୃକ୍ଷ ର ଆବଶ୍ୟକତା କୁ ନେଇ ଅତିସୁନ୍ଦର ଭାବରେ ବୁଝାଇ ସମସ୍ତ ଜନସାଧାରଣଙ୍କ ସହିତ ଶପଥ ଗ୍ରହଣ କରିଥିଲେ। ଏବଂ ସମ୍ମାନନୀୟ ଅତିଥି ଭାବେ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ତାଣ୍ଡି ,ପି. ଇ.ଓ ପଲ୍ଲବୀ ସାହୁ, ନାଏବ ସରପଞ୍ଚ ଶ୍ରୀମତି ସଞ୍ଜୁ ମହାନନ୍ଦ , ୱାର୍ଡ଼ ସଭ୍ୟ/

ସଭ୍ୟା ଲବିତା ପଟେଲ, ଯୋଷ୍ଣା ବିଭାର,ଗୀତ ନାଗ, ସସ୍ମିତା ବାଗ,ପ୍ରେମଲାଲ ନାୟକ, ସହଦେବ ମାଝୀ, ବିଶ୍ୱଜିତ୍ କବାଟ,ଅନିରାମ ମହାନନ୍ଦ,ଗଣେଶରାମ ନାଗ, ଡମେନ ପଟେଲ, ସୁଶିଲ ସିକା,ଗିରିଶ ନନ୍ଦ, ଏବଂ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ର ଗାଁ ସାଥି, ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀ,ସ୍ବେଚ୍ଛାସେବୀ ବୃନ୍ଦ ତଥା ସମସ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

ବଲାଙ୍ଗୀର ରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଗିରିଧାରୀ ମହାନନ୍ଦ ଙ୍କ ରିପୋର୍ଟ, ଫୋଟୋ ନିଉଜ ଟାଇମସ।

Leave a Reply

Your email address will not be published. Required fields are marked *