ପ୍ରେସ୍ ୟୁନିଅନ ର ମା ପାଇଁ ଗଛ ଟିଏ ଅଭିଯାନ ଆରମ୍ଭ।
ପ୍ରେସ୍ ୟୁନିଅନ ରାୟଗଡ ତରଫରୁ ମା ପାଇଁ ଗଛ ଟିଏ ର ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି।

ଏହି ଅଭିଯାନ ମାଧ୍ୟମରେ ସମଗ୍ର ଜିଲ୍ଲା ରେ ଏକ ହଜାର ବୃକ୍ଷ ରୋପଣ କରାଯିବାକୁ ୟୁନିଅନ ପକ୍ଷରୁ ନିଷ୍ପତି ନିଆଯାଇଥିବା ପ୍ରକାଶ କରିଛନ୍ତି।ୟୁନିଅନ ର ସାଧାରଣ ସମ୍ପାଦକ ଶିବାଜୀ ଦାଶ ଅଭିଯାନ ପ୍ରାରମ୍ଭରେ ରାୟଗଡ ସହର ସର୍କିଟ ହାଉସ ନିକଟସ୍ଥ ଇଣ୍ଡୋର ଷ୍ଟାଡ଼ିଅମ ନିକଟରେ ବୃକ୍ଷ ରୋପଣ ଆରମ୍ଭ କରାଯାଇଛି। ଏଥିରେ ୟୁନିଅନ ର ସଭାପତି ଅମୁଲ୍ୟ ରତ୍ନ ସାହୁ , ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ,ସଭ୍ୟ ସନ୍ତୋଷ ପାଣିଗ୍ରାହୀ ,ବି ରାବଣା ,ସୁରେଶ ନାୟକ ,ମୋନରଞ୍ଜନ ଶତପଥି ସାମ୍ବାଦିକ ବି ନାଗରାଜୂ ,କେ .କେ .ପଟନାୟକ ,ରାୟଗଡ ଫୋରେଷ୍ଟ ରେଞ୍ଜଅଫିସର କାମେଶ୍ୱର ଆଚାରି ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
