ଏନଏସି କରିବା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମନମୁଣ୍ଡା ଏନଏସି କ୍ରିୟାନୁଷ୍ଠାନ କମିଟି l

ତେଜୁଛି ଏନ ଏସି ଦାବି l ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁ ଏନ ଏସି କରିବା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମନମୁଣ୍ଡା ଏନ ଏସି କ୍ରିୟାନୁଷ୍ଠାନ କମିଟି l ପୂର୍ଵ ସରକାରଙ୍କ ସମୟରେ ମନମୁଣ୍ଡା କୁ ଏନଏସି କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତମାନ ର ସରକାର କିଛିଦିନ ତଳେ ନୂତନ ଏନଏସି ତାଲିକା ପ୍ରକାଶ କରିଥିବା ବେଳେ ମନମୁଣ୍ଡା କୁ ବାଦ ଦିଆଯାଇଛି l ତେଣୁ ଏନ ଏସି ଦାବିରେ ଆଜି ମନମୁଣ୍ଡା ବନ୍ଦ ରହିଛି l

ତେବେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଯାନବାହାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସ୍କୁଲ, କଲେଜ ବନ୍ଦ ରହିଛି l ସେହିପରି ସୋନପୁର-ବୌଦ୍ଧ ୫୭ନମ୍ବର ଜାତୀୟ ରାଜପଥରେ ଅନେକ ଗାଡି ଗୁଡିକ ଅଟକି ରହିଥିବା ଦେଖାଯାଇଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
