ଫୁଲବାଣୀରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ।
ଆଜି ସ୍ଥାନୀୟ ରାମମନ୍ଦିର ଭୋଜନ ମଣ୍ଡପ ପ୍ରାଙ୍ଗଣରେ ଭାରତୀୟ ଜନ ସଂଘର ପ୍ରତିଷ୍ଠାତା, ମହାନ ଦାର୍ଶନିକ ଏବଂ ରାଷ୍ଟ୍ରବାଦୀ ଚିନ୍ତକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳନ କରାଯାଇଅଛି।
କାର୍ଯ୍ୟକ୍ରମରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଗଲା। ଏହି ସୁଯୋଗରେ ଉପସ୍ଥିତ ଥିଲେ ବିଜେପିର ନଗର ସଭାପତି ଟିକୁ ସାହୁ, କାଉନସିଲର ରମେଶ ମହାନ୍ତି, ଭଗବାନ ମହାନ୍ତି, ଅଜୟ ପଟ୍ଟନାୟକ, ମୁକ୍ତି ମହାନ୍ତି, ପରେଶ ମହାପାତ୍ର, ଚନ୍ଦ୍ର ପଣ୍ଡା ଓ ବିଜେପିର କାର୍ଯ୍ୟକର୍ତ୍ତାମାନେ। ଏହି ଅବସରରେ ବାଗବାନ ମହାନ୍ତି ଦିନଦୟାଲଙ୍କ ସଂଘର୍ଷମୟ ଜୀବନକାହାଣୀ ଉପସ୍ଥାପନ କରିଥିଲେ। ଏହା ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଗରିବ କଳ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବିଜେପି ସରକାରଙ୍କ ଲୋକମୁଖୀ କାର୍ଯ୍ୟକଳାପ ସମ୍ବନ୍ଧରେ ନିଜ ମତ ଓ ମନ୍ତବ୍ୟ ରଖିଥିଲେ।
ଶେଷରେ, ନଗର ସଭାପତି ଟିକୁ ସାହୁ ସମସ୍ତ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ କରିଥିଲେ।
ଫୁଲବାଣୀରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି ଶିବାଜୀ ଜେନାଙ୍କ ରିପୋର୍ଟ।
ଫୁଲବାଣୀରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ
