କୋଲନରା ବ୍ଳକ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ।

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗ୍ରୁହ ଠାରେ ଅନୁଷ୍ଠିତ ହୋଇଯାଇଛି। କୋଲନରା ବ୍ଳକ ସମ୍ପାଦିକା ସୁବାସିନୀ ପିଡିପାଙ୍କ ନେତୃତ୍ବରେ ଆଶା କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହୀଆଲ ଏବଂ କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ବେହୁରାଙ୍କ ସଂଯୋଜନାରେ ଏକ ବୈଠକ ଆୟୋଜିତ ହୋଇଅଛି। ଏହି ବୈଠକରେ ଅତିଥି ଭାବେ ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଯୋଗେଶ୍ଵର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ଲେଙ୍କା, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ଆଶା କର୍ମୀ ସଂଘର ରାଜ୍ୟ ଉପସଭାନେତ୍ରୀ ମମତା ବିଶ୍ଵାଳ , ବିଦ୍ୟୁତ କର୍ମଚାରୀ ସଂଘର ଆନନ୍ଦ ରାଓ , କୃଷି ଗ୍ରାମିଣ ମଜଦୂର ସଂଘର ସୁନ୍ଦର ରାଓ କାଡରାକା, ପର୍ଯ୍ୟବରଣ ମଞ୍ଚ ସହ ସଂଯୋଜକ ରମେଶ ହିମିରିକା ଯୋଗ ଦେଇ ଶିଶୁ ମୃତ୍ୟୁ ହାର ଏବଂ ମା ମୃତ୍ୟୁ ହାର କମାଇବାରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଛନ୍ତି ଆଶାକର୍ମୀ। ଉକ୍ତ ବୈଠକରେ ବ୍ଳକର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା । ନୂତନ କର୍ମ କର୍ତ୍ତା
ଭାବେ ସଭାନେତ୍ରୀ ସୁବାସିନୀ ପିରିପାକା , ଉପ ସଭାନେତ୍ରୀ ବିନୋଜିନୀ ପ୍ରଧାନି , ସାବିତ୍ରୀ ପିରିପାକା , ପ୍ରସାନ୍ତି କାଡରାକା , ସୁଧେଷ୍ଟା ମାଣ୍ଡାଙ୍ଗି , ସମ୍ପାଦିକା ପାଳଙ୍ଗ ପିଡିସିକା , ସହ ସମ୍ପାଦିକା ହିରାମଣି ହୁଇକା , ସଂଗଠନ ସମ୍ପାଦିକା ଏଙ୍କା କଣ୍ଡାଗରି , କୋଷାଧ୍ୟକ୍ଷ ଭାବେ ଆଦିମାଇ ହିମିରିକାଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ କୋଲନରା ବ୍ଳକର ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇଥିଲେ ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *