ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହେଶ୍ୱର ପିଣ୍ଡା ସାନ ନାଲିଆରୁ ଯୁବକର ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ମନମୁଣ୍ଡା ପୋଲିସ l ଭିଣୋଇର ଲୁହା ରଡ଼ ମାଡରେ ଶଳା ମୃତ ହୋଇଥିବା ବେଳେ ମୃତକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଗୋବିନ୍ଦ ପାଳି ଗାଁ ର ରଂଜିତ ଜଗଦଲା l

ସୂଚନା ଅନୁସାରେ ୧ ତାରିଖ ଦିନ ଭିଣୋଇ ଦଶରଥ ତାଣ୍ଡିଆ ଶଳା ରଂଜିତ କୁ ନିଜ ପାଖକୁ ଡାକିଥିଲେ ଓ ପରେ ତାଙ୍କୁ କୋଣସି କାରଣ ରୁ ବଚସା କୁ ନେଇ ସାନ ନାଲିଆ ନିକଟ ରେ ହତ୍ୟା କରିଥିଲେ ଓ ଚାଲିଯାଇଥିଲେ l ଗୁରୁବାର ଦିନ ମନମୁଣ୍ଡା ପୋଲିସକୁ ନାଳିଆରେ ଏକ ମୃତ ଦେହ ପଡ଼ିଥିବା ଖବର ମିଳିଥିଲା ବୌଦ୍ଧ ଏସପି ଙ୍କ ନିର୍ଦେଶ କ୍ରମେ ଏସଡିପିଓ ଓ ମନମୁଣ୍ଡା ଆଇଆଇସି ଘଟଣା ସ୍ଥଳ ରେ ପହଞ୍ଚି ତତନ୍ତ କରିଥିଲେ ଓ ତତନ୍ତ ବେଲେ ରଂଜିତ ଙ୍କ ଭିଣୋଇ ଙ୍କୁ ସଂନ୍ଦେହେ କରି ପଚରା ଉଚରା କରିଥିବା ବେଳେ ବାଉଁଶୁନି ଥାନା ଟିକ୍ରାପଡା ଗାଁ ର ଭିଣୋଇ ଦଶରଥ ନିଜ ଶଳା ରଂଜିତକୁ ହତ୍ୟା କରିଥିବା ସତ ମାନିଥିବା ସହ ବ୍ୟବହୃତ ଆଇରନ ରଡ଼ କୁ ମଧ୍ୟ ପୋଲିସ ଜବତ କରିଥିବା ସହ ଅଭିଯୁକ୍ତକୁ କୋଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବୌଦ୍ଧ ଏସଡିପିଓ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
