କଟକରେ ଇଣ୍ଟରନେଟ୍ ସେବା ବନ୍ଦ। କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା । ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଲାଗିଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍ ୨୪ ଘଣ୍ଟା ପାଇଁ ବନ୍ଦ ।CMC, CDA ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ ହୋଇଛି । ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭସାଣ ଗଣ୍ଡଗୋଳକୁ ନେଇ କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ ଛକ ଦେଇ ଦରଘାବଜାରରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ରାସ୍ତାରେ ପୋଲିସ ଅଟକାଇବାରୁ ବିଭିନ୍ନ ସଂଗଠନ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତା ସହିତ କଟକ ଡିସିପି, ଦରଘା ବଜାର ଆଇଆଇସିଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଓ କିଛି ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି।… ସେପଟେ କଟକରେ ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଗଠନ କଲା ସ୍ପେଶାଲ ଟିମ୍ । ୩ଟି ସ୍ପେଶାଲ ଟିମ୍ ଗଠନ କଲେ ପୋଲିସ କମିଶନର । ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନ ଏସ ଦେବଦତ୍ତ ସିଂ ।

କଟକରେ_ସୋସିଆଲ୍_ମିଡିଆ_ଉପରେ_କଟକଣା
-କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା
-ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା
-ହ୍ବାଟ୍ସ ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ୨୪ ଘଣ୍ଟା ପାଇଁ ବନ୍ଦ
-ମୋବାଇଲ୍ ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ

ଡିଜିପିଙ୍କୁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ
-କଟକରେ କ୍ୟାମ୍ପ୍ କରି ରହିବାକୁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ତୀକ୍ଷ୍ଣ ନଜର ପାଇଁ ନିର୍ଦ୍ଦେଶ
