ହ୍ୟୁମାନ ରାଇଟ୍ସ ଓଡ଼ିଶାର ସବୁ ଜିଲ୍ଳାର ଜେଲରେ ରହୁଥିବା କଏଦୀ ମାନଙ୍କ ଉପରେ ନଜର ରଖିବାର ଆବଶ୍ୟକତା ଅଛି। ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପରିବାର, ନିକଟ ସମ୍ପର୍କୀୟ ମାନେ ଗଞ୍ଜେଇ ବେପାରରେ ସକ୍ରିୟ ଥିବା ଉକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ମତ ଦେଉଛନ୍ତି। ଆମର ସର୍ଭେ ରିପୋର୍ଟ ଅନୁଯାୟୀ ଏହାର ସତ୍ୟାସତ୍ୟ ରହିଥିଲେ ମଧ୍ୟ ମିଲିଭଗତ ସୂତ୍ର ଅନୁସାରେ ଏମାନେ ପୋଲିସ ଏବଂ ଅବକାରୀ ବିଭାଗ ଠାରୁ ଖସିଯିବାରେ ସକ୍ଷମ ହେଉଛନ୍ତି। ତଥ୍ୟ ଅନୁଯାୟୀ ସେମାନଙ୍କୁ ଜଣେ ହୋମିୟପତି ଡାକ୍ତର ସହଯୋଗ କରୁଛନ୍ତି। ସେ ହୋମିୟପତି ଡାକ୍ତର ଜଣକ ଜଣେ ଡି.ଏଫ.ଓ. ଙ୍କ ସହାୟତାରେ ଚୋରାକାଠ ବେପାର କରୁଥିଲେ। ତାଙ୍କର ଆୟ ବହିର୍ଭୁତ ସମ୍ପତି ରହିଅଛି। ଏଥିମଧ୍ୟରୁ ଭୁବନେଶ୍ୱର ପାତ୍ରପଡା ନିକଟରେ ଏକ ଅଟାଳିକା ନାମିଦାମୀ ଗାଡି ଅନ୍ତର୍ଭୂକ୍ତ। କିନ୍ତୁ ଇନକମ ଟ୍ୟାକ୍ସ ରିଟନ ଅନୁସାରେ ବାସ୍ତବ ଖର୍ଚ ଦଶଗୁଣା।

କନ୍ଧମାଳ ର ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଅଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ।

ସେପ୍ଟେମ୍ବର ୫ ତାରିଖରେ ପୁଲିସ ପାଟ୍ରୋଲିଂ ଚାଲିଥିଲା। ଫିରିଙ୍ଗିଆ ଶନି ମନ୍ଦିର ନିକଟରେ ଯଶୋବନ୍ତ ଏବଂ ତାଙ୍କ ସ୍ତ୍ରୀ ଅମ୍ବିକାଙ୍କୁ ଅଟକାଇ ଯାଞ୍ଚ କରାଯିବା ସମୟରେ ତାଙ୍କ ପାଖରୁ ୨୧ କିଲୋ ଗଞ୍ଜେଇ ମିଳିଥିଲା। ପୁଲିସ ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ଯଶୋବନ୍ତଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ଭୋର ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ଜେଲ କର୍ତ୍ତୃପକ୍ଷ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ଏତଲା ଦାଏର କରିଥିବା ଜଣାପଡିଛି।

ବଡ ବଡ଼ ଗଞ୍ଜେଇ ବେପାରୀ ନିରୀହ ଦମ୍ପତି ଙ୍କୁ ଫସେଇ ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୋଲିସର ମାତ୍ରାଧିକ ଟରଚର ଯୋଗୁଁ କଏଦୀ ଜଣକ ମୁର୍ତ୍ୟୁ ବରଣ କଲେ। ହ୍ୟୁମାନ ରାଇଟ୍ସ ଏହି ମାମଲାକୁ ଗୁରୁତ୍ୱର ସହ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଫୁଲବାଣୀରୁ ଶିବାଜୀ ଜେନା, ରାଧାମୋହନ ମହାପାତ୍ର ଏବଂ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
