ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ହାତୀ ମଣିଷର ଲଢେଇ।ଗାଈ ଚାରାଳି ଯୁବକକୁ ଦଳିଦେଲା ଦନ୍ତା ହାତୀ। କାଗଜ ପତ୍ରରେ ରହିଛି ଏଲିଫେଣ୍ଟ ସ୍କୱାର୍ଡ। କ୍ଷ୍ୟତି ପୂରଣ ପାଇଁ ଅଡ଼ି ବସିଲେ ଅଞ୍ଚଳବାସୀ, ଯାହାକି ସେମାନଙ୍କର ହକ। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ l ହାତୀ ମଣିଷ ଲଢେ଼ଇ ଭିତରେ ଦୁର୍ଗମ ଅଞ୍ଚଳରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଚୁପଚାପ ନିନ୍ଦାବିଷ୍ଣୁ ସାଜିଛି ବନ ବିଭାଗ। ଜଙ୍ଗଲୀ ହାତୀ ଆକ୍ରୋଶ ର ଶିକାର ହୋଇଛି ଆଉ ଜଣେ ଯୁବକ। ହାତୀ ମଣିଷ ଲଢେଇ ରେ ୧୮ ବର୍ଷିୟା ଯୁବକ ର ଜୀବନ ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କୁମଖାଳ ପଞ୍ଚାୟତ ର କାତେଲବାୟୁ ଗାଁରେ। ସୂଚନା ଅନୁସାରେ ଆଦି ମାଝୀ ଙ୍କ ଏକ ମାତ୍ର ପୁଅ ଅନିଲ ମାଝୀ ନିଜ ଗାଈ ଓ ଛେଳି କୁ ନେଇ ନିକଟସ୍ଥ ବରୀ ଜଙ୍ଗଲ କୁ ଚରାଇବା ପାଇଁ ନେଇଥିଲା। ଏହି ସମୟରେ ହାତୀ ଓ ଅନିଲ ସାମ୍ନା ସାମନି ହୋଇଥିଲେ। ପ୍ରାଣ ବିକଳରେ ଅନ୍ୟ ଗାଈ ଚରାଳିମନେ ଦୌଡ଼ି ପଳାଇ ଯାଇଥିବାବେଳେ ଅନିଲ ହାତୀ ହାବୁଡ଼ରେ ପଡି ଯାଇଥିଲା। ହାତୀ ଅନିଲକୁ ଶୁଣ୍ଡ ରେ ଟେକି କଚାଡି ଦେଇ ଛାତିରେ ଦଲିଦେଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ହାତୀ ପଳାଇବା ପରେ ଗ୍ରାମବାସୀ ମାନେ ଅନିଲ କୁ ଡାକ୍ତର ଖାନା ନେବାପାଇଁ ଚେଷ୍ଟା କରିଥିଲେ ହେଲେ ଅନିଲ ର ମୃତ୍ୟୁ ହୋଇ ଯାଇଥିଲା। ବନ ବିଭାଗ ଖବର ପାଇ ବିଶ୍ଵନାଥପୁର ରେଞ୍ଜର ନରୋତ୍ତମ ମାଝୀ ଓ ତାଙ୍କ ଟିମ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଥିବା ଜଣା ପଡିଛି। ତେବେ ଉକ୍ତ ଅଞ୍ଚଳରେ ଏହି ଭଲି ଘଟଣା ବାରମ୍ବାର ଘଟୁଥିବା ବେଳେ ମୃତ ପରିବାର କୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l
କାଠ ଚୋର ମାନେ ହାତୀ ମାନଙ୍କର ବସବାସ ପାଇଁ ଉଦିଷ୍ଟ ଜଙ୍ଘଲକୁ, ବନବିଭାଗ ଏବଂ ପୋଲିସ ସହିତ ମଧୁଚନ୍ଦ୍ରିକା ରଖି ଜଙ୍ଘଲ କୁ ପଦା କରିଦେଇଛନ୍ତି। କିନ୍ତୁ ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଗରିବ ଗ୍ରାମବାସୀ ମାନେ। ସରକାରଙ୍କ ତରଫରୁ ଆଖି ଦୃଷ୍ଟିୟା ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ।
ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ହାତୀ ମଣିଷର ଲଢେଇ।
