ନୂଆଖାଇ ଭେଟଭାଟ ହେଉଛି ଏକ ଗଣପର୍ବ

ଟିଟିଲାଗଡ଼ ବ୍ଲକ ଗାଁ ସାଥି ସଂଘର ନୂଆଁଖାଇ ଭେଟଘାଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ।

ଟିଟିଲାଗଡ ବ୍ଲକ ର ଗାଁ ସାଥି ସଙ୍ଘ ମିଳିତ କ୍ରିୟନୁଷ୍ଠାନ କମିଟି ର ସଭାପତି ଜଳଧାର ଧାରୁଆ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଟିଟିଲାଗଡ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ , ସହକାରୀ ଯନ୍ତ୍ରୀ ଶିବାନୀ ପ୍ରଧାନ, ଏ ପି ଓ କୁମାରୀ ବନଜା ଦାସ ଓ ବଲାଙ୍ଗୀର ଜିଲ୍ଲାର ଗାଁ ସାଥି ସଂଘର ସଭାପତି ସଞ୍ଜୟ ଗର୍ତିୟା, ସଂପାଦକ କରୁଣା ବାଗ,ଟିଟିଲାଗଡ ଗାଁ ସାଥି ସଂଘର ଉପଦେଷ୍ଟା ରମେଶ ରଣା,ସଞ୍ଜୟ ତ୍ରିପାଠୀ ଓ ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଲକ ର ସଭାପତି ଏବଂ ସଂପାଦକ ଏହି କାର୍ଯ୍ୟକ୍ରମ ରେ ସମ୍ମାନନୀୟ ଅତିଥି ରୂପେ ଉପସ୍ଥିତ ଥିଲେ। ଟିଟିଲାଗଡ ବ୍ଲକ ର ଉପ ସଭାପତି ପରମାନନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ।

ସଂପାଦକ ରୋହିତ ବାଗ, ଧର୍ମେନ୍ଦ୍ର ନାଗ, କୋଷାଧ୍ୟକ୍ଷ ମୁକେଶ ଛତର, ଗିରିଶ ନନ୍ଦ, ଯୁବରାଜ ବେହେରା , ପ୍ରହଲ୍ଲାଦ ପଧାନ, ସୁଶିଲ ଶିକା ,ପ୍ରମୋଦ ମାଝୀ , ଉପସ୍ଥିତ ରହି ସହଯୋଗ କରିଥିଲେ। ଟିଟିଲାଗଡ ବ୍ଲକ ର ୨୪ ଟି ପଞ୍ଚାୟତ ର ସମସ୍ତ ଗାଁ ସାଥି ଏହି କାର୍ଯ୍ୟକ୍ରମ କୁ ଅତି ଆନନ୍ଦର ସହିତ ନୂଆଁଖାଇ ଭେଟଘାଟ ବନ୍ଧୁମିଳନ କରିଥିଲେ । ନୂଆଖାଇ ଭେଟଭାଟ ହେଉଛି ଏକ ଗଣପର୍ବ।

ଏହାଦ୍ୱାରା ଭାଇଚାରା ସୃଷ୍ଟି ହେଇଥାଏ। ବର୍ତମାନ ସମୟରେ ଓଡ଼ିଶାର ପ୍ରାୟ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏହା ଓଡିଶା ପାଇଁ ବହୁତ ଶୁଭଙ୍କର ଅଟେ।
ବଲାଙ୍ଗୀର ରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଗିରିଧାରୀ ମହନନ୍ଦଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *