ଗୁଣପୁରରେ କମ୍ରେଡ ନାଗଭୂଷଣ ପଟ୍ଟନାୟକଙ୍କ ୨୭ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ।

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗୁଣପୁର ବାଇପାସ୍ ଛକଠାରେ ଉପସ୍ଥିତ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ଶତାଧିକ କୃଷକ ଓ ଆଦୀବାସି ଲୋକମାନ ଗୁଣପୁର ପୂରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ବୀଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ବୀଜୁ କଲ୍ୟାଣ ମଣ୍ଡପ ଠାରେ ଏକ ଗଣ କନଭେନସନ ମଧ୍ୟ କରାଯାଇଥିଲା। ନାଗଭୂଷଣ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ରେ ଗଣିତ ର ଛାତ୍ର ଥିଲେ । କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ରୁ ଆଇନ ଶିକ୍ଷା ସମାପ୍ତ କରିଥିଲେ। ଛାତ୍ର ଜୀବନ ରୁ (SFI) ଛାତ୍ର ସଂଗଠନ ର ସକ୍ରୀୟ ସଦସ୍ଯ ଥିଲେ। 1961 ମହିହାରେ କମୁନିଷ୍ଟ ପାର୍ଟି ସଦସ୍ୟ ହୋଇ କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ ଆଦିବାସୀ ଓ କୃଷକ ମାନଙ୍କୁ ଏକଜୁଟ କରି ଲଡେଇ କରିଥିଲେ। 1967 ମସିହା କଲିକତା ରେ ନକସାଲବାଡିରେ କୃଷକ ଆନ୍ଦୋଲନ ଚାଲୁଥିବା ସମୟରେ ନାଗଭୂଷଣ ଗୁଣପୁର ରେ ଓକିଲାତ କରୁଥିଲେ। ୧୯୬୯ମସିହାରେ କୃଷକ ଆନ୍ଦୋଲନ ଚାଲୁଥିବା ସମୟରେ ୧୯୬୯ ମସିହାରେ ଗିରଫ ହୋଇ ବିଶାଖାପାଟଣା ଜେଲ ରେ ରହିବା ସମୟରେ ଜେଲ ଭାଙ୍ଗି ଖସି ଫଳେଇଥିଲେ। ପୁଣି ୧୯୬୯ ମସିହା ଅକ୍ଟୋବର ମାସରେ ଗିରଫ ହେଲେ। ସରକାର ମିଥ୍ଯା କେସ ରେ ତାଙ୍କୁ ୧୯୭୦ ମସିହାରେ ମୃତ୍ୟୁ ଦଣ୍ଡ ଆଦେଶ ହୋଇଥିଲା। ଏହା ପରେ ସାରା ଦେଶରେ ଆନ୍ଦୋଲନ ଓ ଦେଶଭକ୍ତ ଏବଂ ଜନବାଦୀ ମାନଙ୍କ ଅଭିଯାନ ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସର୍ବୋଦୟ ନେତ୍ରୀ ମାଳତୀ ଚୌଧୁରୀ ପୁର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସକ୍ଷାତ କରି ୧୯୭୧ ମସିହାରେ ଫାସି ଦଣ୍ଡରୁ ମୁକ୍ତିପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିବାପରେ ରାଷ୍ଟ୍ରପତି ନାଗଭୂଷଣ ପଟ୍ଟନାୟକଙ୍କୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାବାସ କୁ ପରିବର୍ତ୍ତନ କରିଥିଲେ। ସାରା ଦେଶରେ ପାର୍ଟି କୁ ବିସ୍ତାର କରିବା ପରେ ଅକ୍ଟୋବର ୯ ତାରିଖ ଦିନ ଚେନାଇ ମେଡିକାଲ ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଏହି ଶୋଭାଯାତ୍ରାରେ ସିପିଆଇ ଏମ ଏଲ ଲିବିରେସନ ରାୟଗଡ଼ା ସମ୍ପାଦକ ତୀରୁପତି ଗୋମାଙ୍ଗ ସିପିଆଇ ଏମ ଏଲ ଲିବିରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,
କୈଳାସ ଶବର, ଜଗଦୀଶ ବିଡିକା, ସୁଜାତା ଶବର, ପୁଷ୍ପା ଶବର,ପ୍ରେମା ପଦକା, କେଶବ ରଇତ, ରମେଶ ବିଡିକା, ପ୍ରକାଶ ମାଝୀ, ଅନିରୁଧ୍ୟ ନିଶିକା, ମୁରୋଲି କାଡ୍ରାକା, ମାଥ୍ୟୁ ରଇତ, ମୂର୍ତ୍ତୀ ମିଣିଆକା, କରୁଣା କର ଲିମା, ବୃନ୍ଦାବନ ବିଡିକା ଓ ପି ଭେକଂଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *