ଡନ୍ ହୋଇ ଆତଙ୍କ ସୃଷ୍ଟି କରି ରାଜ କରିବାର ନିଶା, ବନେଇଦେଲା ଭୟଙ୍କର ଅପରାଧୀ ।
ସମସ୍ତ ଙ୍କର ଇଛା ଥାଏ ପାଠ ପଢି ବଡ ଅଫିସର ହେବାକୁ ହେଲେ ଗଣେଷ ଗିରୀ ର ଇଛା ଥିଲା ଗ୍ୟାଙ୍ଗ ଷ୍ଟାର ବନି କେନ୍ଦୁଝର ର ଡନ ହେବାକୁ | ଏଥି ପାଇଁ ଗଠନ କରିଥିଲେ” ମହାକାଲ “ଗ୍ରୁପ | ଆଉ ଏଥିରେ ସାମିଲ କରିଥିଲା ଝାରଖଣ୍ଡ ଓ ଓଡିଶା ରାଜ୍ୟ ରୁ ବଛା ବଛା ଅନେକ ଯୁବକ | ଏହାର ଡନ ସାଜିଥିଲା ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଆଞ୍ଚଳର ଗଣେଷ ଗିରୀ ।
ଗଣେଷ ଗିରୀ ଲୋକ ଙ୍କୁ ଭୟବିତ କରିବାକୁ ଏକା ସାଙ୍ଗରେ ୨୦ ରୁ ଉର୍ଦ୍ଦ ଗାଡି ନେଇ ସୁରକ୍ଷା ବଳୟ ଭିତରେ ବାହାରକୁ ବାହାରୁ ଥିଲେ I ରାସ୍ତା ମାଝିରେ ଗାଡି ରଖି ଶହ ଶହ ଯୁବକ ଙ୍କ ଗହଣରେ ଖଣ୍ଡା ରେ କେକ କାଟି କରୁଥିଲେ ଜନ୍ମ ଦିନ ପାଳନ । ହଜାର ହଜାର ଟଙ୍କା ମଧ୍ୟ ହାତରେ ଉପରକୁ ଫିଙ୍ଗି ଉଡାଉଥିଲେ । ଲୋକଙ୍କୁ ଭୟଭୀତ କରିବାକୁ ଏହି ଭିଡିଓ ସବୁ ମହାକାଲ ଗ୍ରୁପ୍ ନାଁ ରେ ସାମାଜିକ ଗଣମାଧ୍ୟମରେ ଗ୍ରୁପ କରି ପୋଷ୍ଟ କରୁଥିଲେ | ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳ କାରଖାନା ମାଲିକ ଙ୍କୁ ଧମକ ଚମକ ଦେଇ ଦାଦା ବଟି ଆଦାୟ କରୁଥିଲେ । ଯାହାକୁ ନେଇ ଏହି ଗ୍ୟାଙ୍ଗ ବିରୋଧ ରେ ବିଭିନ୍ନ ସମୟରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ ଟି ମାମଲା | ଯେଉଁଥିରେ ଡକାୟତି , ହତ୍ୟା , ଖଣିଜ ପଦାର୍ଥ ଚୋରାଚାଲାଣ , ଗାଈ ଚୋରା ଚାଲାଣଙ୍କ ଠାରୁଦାଦା ବଟି ଆଦାୟ ଭଳି ସଙ୍ଗିନ ଅଭିଯୋଗ ମାନ ରହିଛି । ଯାହାକୁ ନେଇ ତାଙ୍କ ପଛରେ ପଡ଼ିଥିଲା କେନ୍ଦୁଝର ପୋଲିସ । ଏସପି ଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେସାଲ ସ୍କ୍ୱାର୍ଡ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି କେନ୍ଦୁଝର ରେ ଡକାୟତି ପାଇଁ ନରଣପୁର ର ଘଡ ଘଡି ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିବା ବେଳେ ପୋଲିସ ଘରଟିକୁ ଘେରି ଯାଇଥିଲେ । ମାତ୍ର ଏହି ଗ୍ୟାଙ୍ଗ ସୁରାକ ପାଇ ପୋଲିସ୍ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲା । ହେଲେ ପୋଲିସ ଚତୁରତାର ସହ ଧର୍ଯ୍ୟ ଧରି କିଛି ସମୟ ଅପେକ୍ଷା କରିବା ପରେ ୯ ଜଣ ଙ୍କୁ ମାଡି ବସିଥିଲା । ସେମାନଙ୍କ ଠାରୁ ୫ ଟି ପିସ୍ତଲ ୨୫ ଟି ଜୀବନ୍ତ ଗୁଳି , ୭ ଟି ମ୍ୟାଗେଜିନ ସହ ୫ ଟି ମାରଣାସ୍ତ୍ର ଓ ଏକ ଥାର ଗାଡି ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟ ର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏସପି ସୂଚନା ଦେଇଛନ୍ତି । ଏଠାରେ ଆମ କ୍ୟାମେରା ଟିମକୁ କେନ୍ଦୁଝର ଏସପି ନୀତିନ କୁଶଳ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବୁଦ୍ଧିଜୀବୀ ଚିତ୍ତ ରଞ୍ଜନ ଦାଶ ମଧ୍ୟ ଯୁବସମାଜକୁ ବିପଥଗାମୀ ନହେବା ପାଇଁ ନିଜର ମତବ୍ୟକ୍ତ କରିଛନ୍ତି।
କେନ୍ଦୁଝରରୁ ସାମ୍ବାଦିକ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
