ପବିତ୍ର ଦୋଳପୂର୍ଣ୍ଣିମା ଏବଂ ହୋଲି ପାଇଁ ଓଡିଶାର ତନ୍ତ୍ରପିଠ ଖୋର୍ଦ୍ଧାର ମା ଉଗ୍ରତାରାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ

ପବିତ୍ର ଦୋଳପୂର୍ଣ୍ଣିମା ଏବଂ ହୋଲି ପାଇଁ ଓଡିଶାର ତନ୍ତ୍ରପିଠ ଖୋର୍ଦ୍ଧାର ମା ଉଗ୍ରତାରାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।
ପର୍ବପର୍ବାଣୀରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଭିଡ ଦେଖିବାକୁ ମିଳିଥାଏ । ତେବେ ଓଡ଼ିଶାର ତନ୍ତ୍ର ପୀଠ ଭାବେ ପ୍ରସିଦ୍ଧ ଖୋର୍ଦ୍ଧାର ମା’ ଉଗ୍ରତାରାଙ୍କ ମନ୍ଦିରରେ ବେଶ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଓଡ଼ିଶାର ଅନେକ ପର୍ଯ୍ୟଟନସ୍ଥଳି ମଧ୍ୟରୁ ଭୁଷଣ୍ଡପୁର ମା’ ଉଗ୍ରତାରାଙ୍କ ପୀଠର ସ୍ୱତନ୍ତ୍ର ସ୍ଥାନ ରହିଛି । ୧୬ନମ୍ବର ଜାତୀୟ ରାଜପଥରୁ ଭୁଷୁଣ୍ଡପୁର ଯିବା ରାସ୍ତାରେ ପଡ଼େ ମା’ ଉଗ୍ରତାରଙ୍କ ପୀଠ । ଏହି ପୀଠଟି ଏକ ଶକ୍ତିପୀଠ ହୋଇଥିବାରୁ ବିଭିନ୍ନ ସମୟରେ ଏଠାରେ ଚଣ୍ଡିପାଠ କରାଯାଇଥାଏ । ଉଗ୍ରତାରାଙ୍କ ପୀଠ ସାରା ଭାରତବର୍ଷ କାହିଁକି ସମଗ୍ର ପୃଥିବୀର କୌଣସି ସ୍ଥାନରେ ନାହିଁ । ବିଭିନ୍ନ ସ୍ଥାନରେ ତାରା ପୀଠ ଅଛି, ହେଲେ ଖୋର୍ଦ୍ଧା ଜିଳ୍ଲା ଭୁଷଣ୍ଡପୁର ଠାରେ ମା’ ଉଗ୍ରତାରାଙ୍କ ପୀଠ ରହିଛି । ବହୁଦୂରରୁ ଶ୍ରଦ୍ଧାଳୁ ମାନେ ଚାଲି ଆସିଥାନ୍ତି ମା’ଙ୍କ ପାଖକୁ ଆଷିଶ ଲାଭ ପାଇଁ ।
ଆଜିର ଦିନରେ ଅନେକ ଶ୍ରଦ୍ଧାଳୁ ମା’ ଉଗ୍ରତାରାଙ୍କ ଦର୍ଶନ କରିଥାନ୍ତି । ସବୁ ଦେବାତାମାନଙ୍କର ଗୁରୁ ବୃହସ୍ଥତି ହୋଇଥିବାରୁ ମା’ ଏଠାରେ ବୃହସ୍ଥତି ରୂପରେ ପୂଜା ପାଇଥାନ୍ତି । ସେଥିପାଇଁ ଶ୍ରଦ୍ଧାଳୁମାନେ ସୁଖ ଓ ସମୃଦ୍ଧି କାମନା କରି ମା’ଙ୍କ ଆଷିଶ ଲାଭ କରିଥାନ୍ତି ।
ମା’ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ଓ ଭୋଜିଭାତର ଆସରକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟି ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ପୂଜକ ଡ଼.ଦେବୀପ୍ରସାଦ ସାମନ୍ତରାୟ ଆମ କ୍ୟାମେରା ଟିମକୁ କହିଛନ୍ତ।
ଚଳିତ ହୋଲି ପର୍ବ ମା’ ଉଗ୍ରତାରାଙ୍କ ଅପାର କରୁଣାରୁ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ପର୍ବ ହେଉ।
ଖୋର୍ଦ୍ଧାରୁ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *