ନୂଆପଡା ଉପନିର୍ବାଚନ। ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସେମାନଙ୍କର ପାର୍ଥି ଘୋଷଣା କରିସାରିଛନ୍ତି। କଂଗ୍ରେସରୁ ଘାସିରାମ ମାଝୀ, ବିଜେପିରୁ ଜୟ ଢୋଲକିୟା ଏବଂ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ଦଳ ପାର୍ଥି କରିଛି। ଆମ ରାଜନୀତି ସମୀକ୍ଷା ଟିପଣୀ ଦେଉଛି ଏଠାରେ ବାସ୍ତବ କ୍ଷେତ୍ରରେ ବିଜେଡିର ପାର୍ଥି ହେଉଛନ୍ତି ନବୀନ ପଟନାୟକ ଏବଂ ବିଜେପିର ମୋହନ ଚରଣ ମାଝୀ। ଏହି ଉକ୍ତିକୁ ମଧ୍ୟ ବାଦ ଦିଆଯାଇ ନପାରେ ଯେ, ଗତ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜି ଆସନରୁ ନବୀନ ପଟନାୟକ ପ୍ରାୟ ୪୦୦୦ ଭୋଟରେ ହାରିଥିଲେ। ସେ ପୁଣି ବିଜେପି ପାର୍ଥୀଙ୍କ ଠାରୁ। ପାଳିତ ପୁତ୍ର ଜୟ ଢୋଲକିୟାଙ୍କ ବାପା , ନୂଆପଡାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିୟାଙ୍କ ଭୋଟକୁ ବିଜେଡ଼ି ଦଳ ଏବଂ ଜୟ ଢୋଲକିୟା ପ୍ରାୟତଃ ସମାନ ଭାଗରେ ବାଣ୍ଟିନେବେ। ବାକି ରହିଲା ଟଙ୍କା ଖର୍ଚ୍ଚ କରିବା ଉପରେ। ଏଥିରେ ବିଜେଡ଼ି କିମ୍ବା ବିଜେପି କେହି କମରେ ନାହାନ୍ତି। ଏଠାରେ ନିର୍ବାଚନ କମିଶନ, ପୋଲିସ ଏବଂ ନିର୍ବାଚନ ଆଚରଣ ବିଧିର ଭୂମିକା ଗୁରୁତ୍ୱପୂର୍ଣ। ସାମ୍ବାଦିକ ମାନଙ୍କ ସଠିକ ଖବର ପ୍ରସାରଣ ମଧ୍ୟ ଗୁରୁତ୍ୱ ରଖୁଛି।
କଂଗ୍ରେସ ପାର୍ଥି ଘାସିରାମ ମାଝୀଙ୍କ ସପକ୍ଷରେ ତାଙ୍କର ପକେଟ ଭୋଟ ଅଛି। ନିର୍ବାଚନର ବିଜ୍ଞାପନ ଦୌଡରେ ସେ ପଛେଇ ଯାଇ ପାରନ୍ତି। କିନ୍ତୁ ତାଙ୍କର ପ୍ରତିଟି ରାଜନୈତିକ ସଭା ଭୋଟରଙ୍କୁ ଆକର୍ଷିତ କରିବ। ଯଦି ଫଳାଫଳ ପରେ ସେ ଜୟଯୁକ୍ତ ହୁଅନ୍ତି ଶ୍ରେୟ ଯିବ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ ଉପରେ। ଏକ ପ୍ରକାର ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ପ୍ରସଙ୍ଗରେ ମୋଦିଙ୍କ ଉପରେ କରିଥିବା ଆକ୍ଷେପରେ ମୋହର ଲାଗିବ। ଏଠାରେ ପ୍ରକାଶ ଥାଉକି ରାଜେନ୍ଦ୍ର ଢୋଲକିୟାଙ୍କ ଅନୁକମ୍ପା ଭୋଟ ଦୁଇଫାଳ ହେବାଯୋଗୁ ଶ୍ରୀ ଘାସିରାମ ଏକପ୍ରକାର ଫାଇଦାରେ ରହିଲେ। କିନ୍ତୁ ଜିତିବା ପାଇଁ କଂଗ୍ରେସ ମେଜିକ ନମ୍ବର ପାଇବା ଏକ ପ୍ରକାର ଦୁର୍ବଳ। କାରଣ ଭୋଟର ମାନେ ପ୍ରାୟତଃ ବାସ୍ତବ ଠାରୁ ଦୂରେଇଯାଇ ପ୍ରଭାବିତ ହୁଅନ୍ତି। ସେଥିପାଇଁ ଏଠାରେ ନୋଟ ଏବଂ ଶାସନକଳର କାର୍ଯ୍ୟକଳାପ ଗୁରୁତ୍ୱ ରଖିବ। ପଡୋଶୀ ରାଜ୍ୟ ଛତିଶଗଡ଼କୁ ରୋକ ଲଗେଇବାର ଦାୟିତ୍ୱ ବିଜେଡ଼ି ଦଳର ରହିବା ଦରକାର।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ନୂଆପଡା ଉପନିର୍ବାଚନ ପାର୍ଥି ଘୋଷଣା
