ଓଡିଶା ସିଭିଲ୍ ସର୍ଭିସ୍ କ୍ରିକେଟ ଦଳର ନୂଆଦିଲ୍ଲୀ ଗସ୍ତ।

ଓଡିଶା ସିଭିଲ୍ ସର୍ଭିସ୍ କ୍ରିକେଟ ଦଳର ନୂଆଦିଲ୍ଲୀ ଗସ୍ତ। ଓଡିଶା ସିଭିଲ୍ ସର୍ଭିସ୍ କ୍ରିକେଟ ଦଳ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ନିମନ୍ତେ ନୂଆଦିଲ୍ଲୀ ଗସ୍ତ କରିଛି। ଏଥରକ ଦଳରେ ଅବିନାଶ ଖଣ୍ଡୁଆଳ,ଗିରୀଶ ଦିଗଲ, ସ୍ଵରାଜ ଚୌଧୁରୀ, ମନୋରଞ୍ଜନ ଦାଶ, ଶୁଭାଷିସ ଜେନା, ମୋଜାଙ୍କର ଅଲ୍ଲୀଖାନ, ଲେଲିନ୍ ବଳ, ମନୋଜ ମହାନ୍ତି ଆଲୋକ ମହାରଣା, ବିଶ୍ୱଜିତ୍ ମହାନ୍ତି, କେ. ରାମରାଓ, ମଳୟ ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାମଲ ଓ ଅନୁରାଗ ପୃଷ୍ଟି ସାମିଲ ହୋଇଛନ୍ତି। ସଞ୍ଜୀବ କୁମାର ମିଶ୍ର ମ୍ୟାନେଜର ରହିଥିବା ବେଳେ ବ୍ରହ୍ମାନନ୍ଦ ସାହୁ କୋଚ୍ ହିସାବରେ ଦଳ ସହ ଗସ୍ତ କରିବେ। ଏଥରକ ଦଳ ବହୁତ ସନ୍ତୁଳିତ ରହିଥିବା କଥା ଓଡିଶା ସେକ୍ରେଟେରୀଏଟ କ୍ରିକେଟ ଆସୋସିଏସନ ର ସାଧାରଣ ସମ୍ପାଦକ ତଥା ଓଡିଶା ଦଳର ମ୍ୟାନେଜର ସଂଜୀବ କୁମାର ମିଶ୍ର ଜଣାଇଛନ୍ତି।
ଓଡିଶା ସେକ୍ରେଟେରୀଏଟ କ୍ରିକେଟ ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଶଶାଙ୍କ ମହାପାତ୍ର, ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଣିଗ୍ରାହୀ, ଯୁଗ୍ମ ସଚିବ ଶ୍ରୀ ନୃସିଂହ ଚରଣ ପୃଷ୍ଟି , କାର୍ଯ୍ୟକାରୀ ସଭ୍ୟ ଶ୍ରୀ ସ୍ଵର୍ଣ୍ଣନ୍ଦୁ ମିଶ୍ର ପ୍ରମୁଖ ଦଳର ସଫଳତା କାମନା କରିଛନ୍ତି।
ଦଳ ୧୫ ତାରିଖ ଦିନ ନୂଆଦିଲ୍ଲୀ ଗସ୍ତ କରିଛି।

Leave a Reply

Your email address will not be published. Required fields are marked *