ନୂଆପଡା ଉପନିର୍ବାଚନର ଉଷ୍ମତା ବଢିବଢି ଚାଲିଛି। କୌଣସି ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସର ପଲା ଭାରି ନାହିଁ। ନେଗେଟିଭ ଭୋଟକୁ ନେଇ ଏଇଥରର ନିର୍ବାଚନୀ ସମୀକରଣ। ଛତିଶଗଡ଼ରେ ମାଓବାଦୀ ମାନଙ୍କୁ ମାତ୍ରାଧିକ ଅନୁକମ୍ପା ରାଶି ପ୍ରଦାନ କରି ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ଗୋଟିଏ ଭଲ ଖବର। କିନ୍ତୁ ଚି଼ହ୍ନଟ ପ୍ରକ୍ରିୟାରେ ରାଜନୀତି ନହେବା ଦରକାର। ଗତକାଲି ମାଓନେତା ସାବ୍ୟସାଚୀ ପଣ୍ଡାଙ୍କର ୩୧ ଟି କେଶରୁ ୩୦ ତମ କେସରେ ସିଏ ନିର୍ଦୋଷରେ ଖଲାସ ହୋଇଛନ୍ତି। ପୂର୍ବରୁ ୨୯ଟି କେଶରୁ ମଧ୍ୟ ନିର୍ଦୋଷରେ ଖଲାସ ହୋଇଥିଲେ। ବାକି ଯେଉଁ ଗୋଟିକ କେସ ଅଛି ତାହା ହାଇକୋର୍ଟ ରେ ଷ୍ଟେ ହୋଇଅଛି। ବାସ୍ତବ କ୍ଷେତ୍ରରେ ମାଓ ନେତା ସବ୍ୟସାଚୀଙ୍କୁ ନୂଆପଡା ନିର୍ବାଚନରେ ବ୍ୟବହାର କରାଯିଵାର ଆଶଙ୍କାଙ୍କୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।

ବିଜେଡ଼ି କହୁଛି ବିଜେପି, ତାଙ୍କର ସବୁ ଫର୍ମୁଲାକୁ ଆପଣେଉଛନ୍ତି। ସେଥିରେ ବିଜେପି ରଙ୍ଗ ବୋଳୁଛନ୍ତି। ମାଓ ନେତାଙ୍କୁ ନିର୍ବାଚନରେ ବ୍ୟବହାର କରାଯାଉଥିବା ଏକ ବହୁ କୋଟିର ପ୍ରଶ୍ନ। ଉତ୍ତର ଜନସାଧାରଣଙ୍କର। ଓଡ଼ିଶାରେ “ଇଲେକ୍ସନ ୱାଚ” ଭଳି କାଗଜ ବାଘ ସ୍ଵଛସେବୀ ଅନୁଷ୍ଠାନ ମାନ ସରକାରଙ୍କର ବୁକଚାବୁହା ହୋଇ ରହିଛନ୍ତି। ଏମାନଙ୍କ ସୃଷ୍ଟି କର୍ତା ମଧ୍ୟ ବିଜେଡ଼ି ସରକାର। ବିଜେପିର ଡବଲ ଇଞ୍ଜିନ ସରକାର, ବିଜେଡିର ଜନବିରୋଧୀ କାର୍ଯ୍ୟକ୍ରମ ଗୁଡିକୁ ଯଦି ଆପଣାଏ, ତାର ମଧ୍ୟ ପାଦତଳୁ ମାଟି ଖସିଯିବ। ସମୟ କହିବ ନୂଆପଡା ନିର୍ବାଚନ, ଯାହାକି ଏକ ଲିଟମାସ ପେପର ଟେଷ୍ଟ। ଏଥିରେ କିଏ ଉତୀର୍ଣ୍ଣ ହେଉଛି।
ରାୟଗଡ଼ା ଜିଲ୍ଲା ଗୁଣପୁର ସବଡିଭିଜନ ଗୁଡ଼ାରୀ ଥାନ ଡିମିରିଗୁଡା ଅଞ୍ଚଳରେ ତିନି ଜଣଙ୍କ ଚାଷ ଜମିରୁ ମାଓବାଦୀମାନେ ଓ ତାଙ୍କ ଲିଡର ସବ୍ୟସାଚୀ ପଣ୍ଡା ଜବରଦସ୍ତ ଧାନ କାଟି ଲୁଟି ନେଇଥିବା ନେଇ ତାଙ୍କ ନାମରେ ୨୭ନଭେମ୍ବର ୨୦୦୧ ମସିହାରେ କେଶ୍ ହୋଇଥିଲା। ସେହି କେଶର ଶୁଣାଣୀ ଅର୍ଥାତ୍ ଶନିବାର 18/10/2025 ତାରିଖ ଦିନ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ନ୍ୟାୟଳୟରେ ଶୁଣାଣୀ ଥିଲା । ଏହି ମାମଲାରେ ପ୍ରାୟ ୨୨
ଜଣ ସାକ୍ଷ ଥିଲେ । ସାକ୍ଷୀମାନଙ୍କ ସକ୍ଷି ଭିତ୍ତିହୀନ ସାବ୍ୟସ୍ତ ହୋଇଥିବାରୁ ନ୍ୟାୟାଧିସ ସବ୍ୟସାଚୀ ପଣ୍ଡାଙ୍କୁ ନୀର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ଗୁଣପୁର ନ୍ୟାୟାଳୟରେ ମୋଟ ୩୧ ଗୋଟି ମାମଲାରୁ ଏହା ୩୦ ନମ୍ବର ମାମଲାରେ ନୀର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।
ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀ ଏବଂ ଗୁଣୁପୁରରୁ ଗଣେଶ କୋଲଙ୍କ ରିପୋର୍ଟ।
