ବିଜେପି ବିଜେଡ଼ି ନୂଆପଡା ଉପନିର୍ବାଚନର ଉଷ୍ମତା ବଢ଼ିବାରେ ଲାଗିଛି। ସବୁଦଳର ପ୍ରଚାର ଗାଡି ଭୋଟର ମାନଙ୍କୁ ତାଙ୍କ ଦଳ ସପକ୍ଷରେ ପ୍ରଭାବିତ କରୁଛନ୍ତି। ସ୍ୱାଧୀନ ପାର୍ଥିମାନେ ସେମାନଙ୍କର ଜିତିବାର ଆଶାକୁ ରଖି ପ୍ରଚାର ଚଳାଇଛନ୍ତି ଏବଂ ସେମାନେ କୁହନ୍ତି ଯେଉଁ ରାଜେନ୍ଦ୍ର ଢୋଲକିୟାଙ୍କୁ ନେଇ ଏବେ ବିଜେପି ଏବଂ ବିଜେଡ଼ି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି, ସେ ମଧ୍ୟ ସ୍ୱାଧୀନ ପାର୍ଥି ଭାବେ ପ୍ରଥମେ ଜୟଯୁକ୍ତ ହୋଇଥିଲେ। ପ୍ରଥମଥର ନିର୍ବାଚନ ଲଢ଼ିବା ର ଅନୁଭୂତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିୟା ଏବଂ ଜୟ ଢୋଲକିୟାଙ୍କ ମଧ୍ୟରେ ଆପାଦତ୍ତ ଭିନ୍ନ ରହିବ। ସେ ସ୍ୱାଧୀନ ପାର୍ଥି କୁହନ୍ତି ନୂଆପଡାର ଭୋଟର ମାନେ ପ୍ରଥମେ ମାଟି ଏବଂ ତାପରେ ପାଟିକୁ ଦେଖି ଭୋଟ ଦିଅନ୍ତି।

ବାସ୍ତବ କ୍ଷେତ୍ରରେ ବିଜେଡ଼ି ଦିନକୁ ଦିନ ସଂଗଠିତ ହେଉଅଛି। ପ୍ରତ୍ୟକ ପଞ୍ଚାୟତ ପାଇଁ ତାଙ୍କର ଜଣେ ଜଣେ ଦକ୍ଷ ବିଧାୟକ କିମ୍ବା ପୂର୍ବତନ ବିଧାୟକକୁ ଦାୟିତ୍ୱ ଦେଇଛନ୍ତି। ଦୁଇଟି ବ୍ଲକ କୋମନା ଏବଂ ନୂଆପଡା ବ୍ଲକରେ ୩୧ ଟି ଲେଖାଏଁ ଗ୍ରାମ ପଞ୍ଚାୟତ ଅଛି।

କୋମନା ବ୍ଲକରେ ପ୍ରଣବ ପ୍ରକାଶ ଦାସ ଯିଏକି ବବି ଭାଇ ନାମରେ ପରିଚିତ, ପରିଚାଳନା କରୁଛନ୍ତି। ନୂଆପଡା ବ୍ଲକର ଦାୟିତ୍ୱରେ ଅଛନ୍ତି ଦେବି ପ୍ରସାଦ ମିଶ୍ର ଏବଂ ତାଙ୍କର ଟିମ। ଖରିୟାର ରୋଡ଼ ଏନଏସୀ ଯାହାର ୧୯ ଟି ୱାର୍ଡ ଅଛି ଏବଂ ନୂଆପଡା ଏନଏସୀ ଯାହାର ହେଉଛି ୧୪ ୱାର୍ଡ, ସେଥିପାଇଁ ବିଜେଡ଼ି ତାର ପ୍ରସ୍ତୁତି ଜାରି ରଖିଛି। ସେ ଯାହାବି ହେଉ ବିଜେଡ଼ି ପାଇଁ ଭୋଟର ମାନଙ୍କୁ ବୁଝାଇବା ପାଇଁ ଭାଷାଗତ ଅସୁବିଧା ହେଉଛି। କିନ୍ତୁ ବିଜେପି କ୍ଷେତ୍ରରେ ଏହା ଉପୁଜୁ ନାହିଁ। ବର୍ତମାନ ପର୍ଯ୍ୟନ୍ତ କୌଣସି ଜାଗାରେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଅନ୍ୟ ଦଳ କର୍ମୀ ସହିତ ଝଗଡା ହେବା ଖବର ମିଳିନାହିଁ। ଏହା ନୂଆପଡା ଭୋଟର ଏବଂ ପୋଲିସ ପ୍ରଶାସନ ପାଇଁ ଏକ ଭଲ ଖବର। ପୋଲିସ, ପ୍ରଶାସନ ଏବଂ ନିର୍ବାଚନ ଆୟୋଗର ସ୍ଵଛ ନିର୍ବାଚନ ପାଇଁ ଟଙ୍କାର ଖେଳକୁ ଦମନ କରିବା ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ଅଛି। ଚେକିଂକୁ ଜୋରଦାର କରିଵା ଏବଂ ପାର୍ଟି ଲାଇନର କର୍ମୀମାନଙ୍କୁ ଦିଆଯାଇଥିବା ସମୟ ମଧ୍ୟରେ ପ୍ରଚାର ଶେଷ କରିବା ଏବଂ ଡୋର ଟୁ ଡୋର ବୁଲିବା ସମୟ ସୀମା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଏହା ଆମ ନ୍ୟୁଜ ଚ୍ୟାନେଲ ଫଟୋ ନ୍ୟୁଜ ଟାଇମ୍ସର ସମୀକ୍ଷା।
ନୂଆପଡାରୁ ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
