ରେଳ ବିଭାଗର ଅଣଦେଖା ବିରୁଦ୍ଧରେ ପ୍ରଗତି ମଞ୍ଚ ର ରେଳରୋକ ପାଇଁ ଦାବିପତ୍ର ।
ରେଳ ବିଭାଗ ମୁନିଗୁଡ଼ାରୁ ପର୍ଯ୍ୟାପ୍ତ ରାଜସ୍ବ ପାଉଥିଲେ ମଧ୍ୟ ବିଭାଗୀୟ ବୈମାତୃକ ମନଭାବ ଯୋଗୁ ମୁନିଗୁଡ଼ା ଅଞ୍ଚଳ ପ୍ରତି ସର୍ବଦା ଅଣଦେଖାଇ ଆସୁଛନ୍ତି ।ଏହି ଅଣଦେଖା ବିଷୟକୁ ନେଇ ମୁନିଗୁଡ଼ା ପ୍ରଗତି ମଞ୍ଚର ଅଧିକାରୀ ମାନଂକ ସହିତ ରେଳ ବିଭାଗ ଡିଭିଯିନାଲ ଅଧିକାରୀ ମାନଙ୍କର ଅନେକ ବାର ସାକ୍ଷାତ ଆଲୋଚନା ହୋଇଥିଲେ ମଧ୍ୟ ବିଭାଗ ମୁନିଗୁଡ଼ା ସହିତ ପ୍ରତାରଣା ନାଁରେ ଲୁଚକାଳି ଖେଳୁଛି।ଗଠନ ମୂଳକ କ୍ଷେତ୍ରରେ ରେଳ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ।ଅନ୍ୟ ପକ୍ଷରେ ବିଭାଗ ୧୪ବର୍ଷ ହେବ ମୁନିଗୁଡ଼ା ବାସୀଙ୍କୁ ଠକି ଚାଲିଛି।

ପ୍ରକାଶ ଥାଉକୀ ମୁନିଗୁଡାର ତିନି କୋଣିଆ ଛକ ନିକଟସ୍ଥ ଲେବଲ କର୍ସିଂ ଗେଟ୍ ନିକଟରେ ଏକ ଭୂତଳ ରାସ୍ତା ପାଇଁ ମୁନିଗୁଡ଼ା ବାସୀ ଦୀର୍ଘ ୧୪ବର୍ଷ ହେବ ଦାବି କରି ଆସୁଛନ୍ତି।ଏହି ମୁଖ୍ୟ ଦାବି ସହ ଅନ୍ୟାନ୍ୟ ଦାବିକୁ ନେଇ ମୁନିଗୁଡ଼ା ପ୍ରଗତିମଞ୍ଚ ରେଳ ଷ୍ଟେସନ ସମ୍ମୁଖରେ ଗଣ ଧାରଣା ଦେବା ସହ ଜନ ଆନ୍ଦୋଳନକୁ ଉଗ୍ର ରୂପ ଦେଇଥିଲା।ଫଳରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ଦାବି ଭୂତଳ ରାସ୍ତାର କାର୍ଯ୍ୟ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଥିଲେ।ସପ୍ତାହ ପରେ ଭୂତଳ ରାସ୍ତା ସ୍ଥାନ ସର୍ଭେ କରି ଏହାର ଏଷ୍ଟିମେଟ ପ୍ଲାନ୍ ସହ ଡିଜାଇନ୍ ଭୁବନେଶ୍ୱର କାର୍ଯ୍ୟାଳୟକୁ ପଠାଇଥିବା ପ୍ରଗତିମଞ୍ଚଳକୁ ଜଣାଇ ଦେଇଥିଲେ।

ହେଲେ ଏହା ମଧ୍ୟରେ ଦୁଇ ବର୍ଷ ବିତଯାଇଥିଲେ ମଧ୍ୟ କାର୍ଯ୍ୟ ହେଉନାହିଁ।ଦ୍ବିତୀୟତଃ ମୁନିଗୁଡ଼ା ଷ୍ଟେସନ ରାୟଗଡ଼ା ଜିଲ୍ଲାର ଏକ ବ୍ୟସ୍ତ ବହୁଳ ଓ ଆୟ ପ୍ରଦାନ କାରି ଷ୍ଟେସନ।ରାୟଗଡ଼ାକୁ ନୂଆ ରେଳ ଡିଭିଜନ ମାନ୍ୟତା ମିଳିଲା ହେଲେ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଷ୍ଟେସନ ମୁନିଗୁଡ଼ା ଷ୍ଟେଷନକୁ ରାୟଗଡ଼ା ଡିଭିଜନରେ ସ୍ଥାନ ନଦେବା ସମଗ୍ର ଜିଲ୍ଲା ତଥା ମୁନିଗୁଡ଼ା ଜନ ସାଧାରଣଙ୍କୁ ବିସ୍ମିତ କରିଛି।ଏଥିପାଇଁ ଆଜି ମୁନିଗୁଡ଼ା ପ୍ରଗତି ମଞ୍ଚ ରେଳ ବିଭାଗର ପାତର ଅନ୍ତର ନୀତି ବିରୁଦ୍ଧରେ ଚରମ ନିଷ୍ପତ୍ତି ନେବାକୁ ଯାଇ ସଭାପତି ସି ଏଚ୍ ଗଣେଶ୍ୱର ରାଓ ଓ ସମ୍ପାଦକ ଶିମାଞ୍ଚଳ ପଣ୍ଡାଙ୍କ ନେତୃତ୍ଵରେ ଏକ ୨୦ଜଣିଆ ପ୍ରତିନିଧି ମଣ୍ଡଳୀ ମୁନିଗୁଡ଼ା ଷ୍ଟେସନ ମ୍ୟାନେଜର,ରେଳ ସୁରକ୍ଷା ବଳ ଓ ରେଳ ବିଭାଗ ଜେନେରାଲ ପୋଲିସ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ଆନନ୍ଦ ରାଓ,ଲାଡ଼ି ଶଙ୍କର,ଦୁଃଖିଶ୍ୟାମ ସୁବୁଦ୍ଧି,ନରେଶ ପାତ୍ର,ସୁଧାକର ମହାରଣା,କେ ଶ୍ରୀନିବାସ,ଅମ୍ବିକା ନାୟକ,ବଳରାମ ନାୟକ,କ୍ଷମାସାଗର ଦାସ ପ୍ରମୁଖଙ୍କ ସହ ବଣିକ ସଂଘର ସଦସ୍ୟମାନେ ଏବଂ ମୁନିଗୁଡ଼ା ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।
ମୁନିଗୁଡା ରୁ ଆନନ୍ଦ ନାୟକ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
