କୋଡ଼ିଙ୍ଗାମାଳି ଖଣି ଖନନ ବିରୋଧରେ (କାଡା) ସଂଘ ପକ୍ଷରୁ ବିରାଟ ଆନ୍ଦୋଳନ ଅନୁଷ୍ଠିତ।
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ଓ ଲକ୍ଷ୍ମୀପୁର ରେ କୋଡ଼ିଙ୍ଗାମାଳି ପାହାଡ଼ରୁ ବକ୍ସାଇଟ୍ ଖଣି ଖନନ ବନ୍ଦ କରିବା ଦାବିରେ କୋଡ଼ିଙ୍ଗାମାଳି ପ୍ରଭାବିତ ଅଞ୍ଚଳବାସୀ (କାଡ଼ା) ସଂଘ ତରଫରୁ ଶହ ଶହ ଲୋକଙ୍କ ବିରାଟ ଆନ୍ଦୋଳନ ଓ ଜନସମାବେଶ ଲକ୍ଷ୍ମୀପୁର ଓଡ଼ିଶା ଖଣି ନିଗମ କାର୍ଯ୍ୟଳୟ ସମ୍ମୁଖରେ ଆୟୋଜନ କରାଯାଇଛି।

ଶିଳ୍ପପ୍ରତିଷ୍ଠା ନାହିଁ ତୋ ଖଣି ନାହିଁ ଏହି ଦାବିରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାର ଆୟୋଜନ କରାଯାଇଛି। କୋଡ଼ିଙ୍ଗାମାଳି ଖଣି ଖନନ ପାହାଡରୁ ବେଦାନ୍ତ କମ୍ପାନୀକୁ ଶାଗ ମାଛ ଦରରେ ବକ୍ସାଇଟ ଯୋଗାଇ ଦିଆଯାଉଛି। ଆଜିକୁ ୮ ବର୍ଷ ହେବ ବେଦାନ୍ତ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଉନ୍ନତି କରିନଥିବା ବେଳେ ସ୍ଥାନୀୟ ଆଶାୟୀ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେଉ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। କୋଡିଙ୍ଗାମାଳି ପ୍ରଭାବିତ ଅଞ୍ଚଳ ବାସି (କାଡା) ଅଭିଯୋଗ କରିଛି ଯେ କୋଡ଼ିଙ୍ଗାମାଳି ପାହାଡ଼ରୁ ବାର୍ଷିକ ୩ ମିଲିୟନ ଟନରୁ ୬ ମିଲିୟନ ଟନ ଖଣି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ନିମନ୍ତେ ବେଦାନ୍ତ କମ୍ପାନୀ ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି।ବେଦାନ୍ତ କମ୍ପାନୀ ଖଣି ଉତ୍ପାଦନ ଯେଉଁଠି କରୁଛି ସେଠାରେ ହିଁ କାରଖାନା ପ୍ରତିଷ୍ଠା କରୁ ବୋଲି ବିସ୍ଥାପିତ ଅଞ୍ଚଳବାସି ଦାବି କରିଛନ୍ତି। ସେହିପରି କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଭାବିତ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଆଜି ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞାନି ସାହୁ ଓ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଉଛି । ଏ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
