କଣ୍ଟାମାଳରେ ରାଷ୍ଟ୍ରୀୟ ଏକତା ଦିବସ

 

ବୌଦ୍ଧ ଜିଲ୍ଲା ଜିଲ୍ଲା କଣ୍ଟାମାଳ ଥାନା ଅଧିକାରୀ ଶ୍ରୀ ଯୁକ୍ତ ରଞ୍ଜିତ କୁମାର ମୁନି ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇ ଯାଇ ଅଛି । ଶୁକ୍ରବାର ଦିନ ସକାଳ ୭ ଟା ସମୟ ରେ କଣ୍ଟାମାଳ ବସଷ୍ଟାଣ୍ଡ ଠାରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା l

ଏହି ରାଷ୍ଟ୍ରୀୟ ଏକତା ଦିବସ ରେ କଣ୍ଟାମାଳ ଅଞ୍ଚଳ ର କଣ୍ଟାମାଳ ହାଇସ୍କୁଲର ଛାତ୍ର ଛାତ୍ରୀ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରି, କଣ୍ଟାମାଳ ଯୋଗିନ୍ଦ୍ରଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଏବଂ ସ୍କୁଲ ର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ , କଣ୍ଟାମାଳ ଏବଂ ଆମେ ସଂlସ୍କୃତି ପରିଷଦ କ୍ଲବ୍ ର ସମସ୍ତ ମେମ୍ବର, କଳରାକୋଠା ୟୁଥ୍ ଫ୍ରେଣ୍ଡ୍ ଆସୋସିଏସନ୍ କ୍ଲବ୍ ର ସମସ୍ତ ମେମ୍ବର, କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଏବଂ ଅଞ୍ଚଳ ର ଅନ୍ୟ ସଦସ୍ୟ ମାନେ ଏହି ରାଷ୍ଟ୍ରୀୟ ଏକତା ଦିବସ ରେ ସାମିଲ ହୋଇ ପ୍ରଥମେ ରାଷ୍ଟ୍ରୀୟ ଏକତା ସଂକଳ୍ପ ନେଇ ପରେ ଦୁର୍ଗାମଣ୍ଡପ ଦେଇ କଣ୍ଟାମାଳ ଥାନା, ବସଷ୍ଟାଣ୍ଡ, ଜୟ ଗୁରୁ ଛକ,ହାଟପଦା ଛକ, ମେଡ଼ିକାଲ ଛକ, ବ୍ଲକ୍ ଛକ, ତହସିଲ ଛକ ହୋଇ ରାଷ୍ଟ୍ରୀୟ ଏକତା ଦିବସ ପାଳନ ର ସ୍ଲୋଗାନ ଦେଇ ଦୁଇ କିଲୋମିଟର ବୁଲି ପୁଣି ବସଷ୍ଟାଣ୍ଡ ସ୍ଥିତ ଦୁର୍ଗାମଣ୍ଡପ କୁ ପହଞ୍ଚି ଥିଲେ l ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ଥାନା ର ସମସ୍ତ କର୍ମଚାରୀ ଓ ଆଇ.ଆର.ବି ଯବାନ, ଅଗ୍ନିଶମ ବାହିନୀ ର ସମସ୍ତ କର୍ମଚାରୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବା ରେ ସହ ଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

 

Leave a Reply

Your email address will not be published. Required fields are marked *