ମଣିଷ ଏବଂ ବନ୍ୟଜନ୍ତୁ ଲଢେଇ

 

ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବାରହା ଓ ମହୁମାଛିର ଦୌରାତ୍ମ ଯୋଗୁଁ ଗ୍ରାମବାସୀ ମାନଙ୍କର କ୍ଷୟକ୍ଷତି ବଢିଯାଇଛି।

ସେମାନେ ସନ୍ଧ୍ୟାପରେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମନେ କରୁନାହାନ୍ତି।

ଦିନ ସମୟରେ ମହୁମାଛି ଆକ୍ରମଣ ଯୋଗୁଁ ନିଜନିଜର କର୍ମକ୍ଷେତ୍ରକୁ ଯାଇପାରୁନାହାନ୍ତି।

ସରକାର ହାତୀ ଏବଂ କୁମ୍ଭୀର ଯୋଗୁଁ ହେଉଥିବା କ୍ଷୟକ୍ଷତି ଭରଣା କରୁଛନ୍ତି।

କିନ୍ତୁ ମହୁମାଛି , ବାରହା ଏବଂ ଭାଲୁ ଯୋଗୁଁ ହେଉଥିବା କ୍ଷୟକ୍ଷତି ର କୌଣସି ପ୍ରକାର କ୍ଷତିପୂରଣ ଦେଉନାହାନ୍ତି। ଆମ କ୍ୟାମେରା ଟିମକୁ ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ସମସ୍ୟା ପାଇଁ ବନବିଭାଗର କାଠଚୋର ମାନଙ୍କ ସହିତ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଘଲ ଜନ୍ତୁ ମାନେ ଏବଂ ମହୁମାଛି ମାନେ ରାସ୍ତା ଉପରକୁ ଆସୁଛନ୍ତି। ଏଥିଯୋଗୁଁ ନିରୀହ ଚାଷୀ ଓ ସାଧାରଣ ଲୋକମାନେ ଏମାନଙ୍କର ଶିକାର ହେଉଛନ୍ତି। ସେ ଯାହାବି ହେଉ ଜଙ୍ଘଲ ବିଭାଗ ଏଥିପ୍ରତି ସଚେତନ ହେବା ଦରକାର ଏବଂ ପ୍ରାକୃତିକ ବିପର୍ଯୟ ପାଣ୍ଠିରୁ ସରକାର ଏମାନଙ୍କୁ କ୍ଷତି ପୂରଣ ଦେବାର ଆବଶ୍ୟକତା ଅଛି।
ବାଙ୍କୀରୁ ସୁଵିତ ପଟନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *