ରାୟଗଡା ସହରରେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ଜଣେ ଦାଦନ ଫେରନ୍ତା ମହିଳା ଙ୍କୁ ବଳତ୍କାର କରାଯାଇଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୀପକ ନାୟକକୁ ଥାନାରେ ରଖି ପଚରାଉଚରା କରୁଛି। ଅନ୍ଯପଟେ ଆଜି ପୀଡିତାର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଡାକ୍ତରିମାଇନା କରାଯାଇଛି। ଗତକାଲି କୋରାପୁଟ ଜିଲ୍ଲା କୁମ୍ଭାରିପୁଟ୍ ଅଞ୍ଚଳର ଦାଦନ ଦମ୍ପତ୍ତି ନିଜ ଅଞ୍ଚଳକୁ ଫରିବା ପାଇଁ ରାୟଗଡା ବସଷ୍ଟାଣ୍ଡ ରେ ଅପେକ୍ଷା କରିଥିଲେ।

ତେବେ କୈଣସି ବସ୍ ନମିଳିବାରୁ ଅଭିଯୁକ୍ତ ଦିପକ ନାଏକ ଦାଦନ ଦମ୍ପତ୍ତିଙ୍କୁ ରାତ୍ରିଯାପନ ପାଇଁ ସହାୟତା ଦେବାକୁ କହି ପ୍ରଥମେ ସ୍ବାମୀକୁ ରାୟଗଡା ସହରର ରୋହିତ କୋଲନୀରେ ଥିବା ଏକ ଘରକୁ ନେଇଥିଲା। ପରେ ଉକ୍ତ ମହିଳାଙ୍କୁ ବାଇକ୍ ଯୋଗେ ସେହି ଅଞ୍ଚଳର ଅନ୍ଯ ଏକ ସ୍ଥାନକୁ ନେଇ ବଳତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି।

ତେବେ ଏନେଇ ପୁଲିସ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ଛାନଭିନ୍ କରିବା ସମୟରେ ଘଟଣାସ୍ଥଳରୁ ଅଭିଯୁକ୍ତ ର ରୁମାଲ ଓ ଟୋପି ଉଦ୍ଧାର କରିଛି। ଏନେଇ ଟାଉନ୍ ଥାନା ପୁଲିସର କୈଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅସହାୟକୁ ସହାୟତା କରିବା ପାଇଁ ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
