ନୂଆପିଢ଼ିର ବୈଜ୍ଞାନିକ

 

ବ୍ଲକ ସ୍ତରୀୟ ବାଳ – ବୈଜ୍ଞାନିକ ପ୍ରଦର୍ଶନୀ ବିଜ୍ଞାନ ମେଳା -୨୦୨୫ ଅନୁଷ୍ଠିତ।
ଗୁଡ଼ାରୀ ବ୍ଲକ ଡ଼ଃ. ଗିରିଧାରୀ ଉଚ୍ଚ ବିଦ୍ୟାଳୟ ଏମ. କେ. ରାଇରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବିଜ୍ଞାନ ମେଳା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଂଗୁଡା ରୁପାମାଝି, ଡ଼ଃ. ଗିରିଧାରୀ ହାଇସ୍କୁଲ ଏମ.କେ. ରାଇ ପ୍ରଧାନ ଶିକ୍ଷକ ଭଗବାନ ତୁଳ ଯୋଗ ଦେଇଥିବା ବେଳେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳରେ ବିଚାରପତି ଭାବେ ସିଆରସି ଏମ.କେ. ରାଇ ପ୍ରତାପ ଚନ୍ଦ୍ର ସାଉଁଟା, ପ୍ରଭାତ କୁମାର ପତି, ସରକାରୀ ଉଚ୍ଚ ବିଦ୍ୟାଳୟ ଗୌଡ଼ ଢେପାଗୁଡା ପ୍ରଧାନ ଶିକ୍ଷକ ପି.ବାସୁଦେବ, ସରକାରୀ(ଏସଏସଡ଼ି) ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ାରୀ ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ସଂଗୀତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ।


ଏହି ଅବସରରେ ମୋଟ ୯୮ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିବା ବେଳେ ପ୍ରତିଯୋଗିତାରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦର୍ଶନୀ ମେଳରେ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ନିମନ୍ତେ ୪୭ ଜଣ ଗାଇଡ଼ ଶିକ୍ଷକ ମହଜୁଦ ଥିଲେ । ଏହି ପ୍ରଦର୍ଶନୀ ମେଳା ତିନି ସ୍ତରରେ ବିଭକ୍ତ ହୋଇଥିବା ବେଳେ ସର୍ବ ନିମ୍ନ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ତିନି ଭାଗରେ ବିଭକ୍ତ ହୋଇଥିଲା। ଉତ୍ତମ ପ୍ରକଳ୍ପ ପ୍ରଦର୍ଶନରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନ ପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।
ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ।


କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ବିଜ୍ଞାନ ଶିକ୍ଷକ ନାଗାର୍ଜୁନ ପ୍ରଧାନ ପ୍ରମୁଖ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶିଶୁ ବୈଜ୍ଞାନିକ ମାନଙ୍କୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏହି ମେଳା ହେଉଛି। ଦେଶ ବିଜ୍ଞାନ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହିଭଳି ବିଜ୍ଞାନ ପ୍ରଦର୍ଶନୀ ମେଳା ଦ୍ୱାରା ଛାତ୍ରୀଛାତ୍ରଙ୍କ ବିଜ୍ଞାନ ପ୍ରତି ଆଗ୍ରହ ବଢିବ। ମେଳାରେ ୫୫ ଟି ବିଦ୍ୟାଳୟର ୯୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ସନ୍ତୋଷ କୁମାର ରଥ, ଶ୍ୟାମ ସୁନ୍ଦର ସାହୁ ଯୋଗ ଦେଇଥିଲେ ।

ଏଠାରୁ ଜିଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ୯ ଟି ପ୍ରକଳ୍ପ ଚୟନ ହୋଇଥିଲା। ଉତ୍ସବରେ ଶିଶିର କାନ୍ତ ପଣ୍ଡା, ଜଗଦୀଶ ଚନ୍ଦ୍ର ବେହେରା, ଫିଲିପି ଦିଗାଲ, ସାବତ ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ରାୟଗଡାରୁ ପ୍ରସାଦ ଲିମା ଏବଂ ବାଲୁଗୁଡାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *