କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ। ଗଞ୍ଜେଇ ଚାଷ ଏଠାରେ ଏକ ପ୍ରକାର ସାଧାରଣ ଚାଷ ଭାବେ ପରିଚିତ। ସେହିଭଳି ଗଞ୍ଜେଇ ବ୍ୟବହାର କରୁଥିବା ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗ୍ରାମରେ ଦେଖିବାକୁ ମିଳିବେ।

ଏହାର ସୁଯୋଗ ନେଇ ଖଣ୍ଡପଡା ଅଞ୍ଚଳର ଯଦୁନାଥପୁର ଶାସନର ଜଣେ ବ୍ରାହ୍ମଣ ବ୍ୟକ୍ତି ହୋମିୟପାତି ଡାକ୍ତର ହୋଇଥିବାରୁ ଫୁଲବାଣୀର ଅମଲାପଡା ଠାରେ ଏକ କ୍ଲିନିକ ଖୋଲି ଆଦିବାସୀ ଲୋକ ମାନଙ୍କୁ ଡାକ୍ତର ପେସାଠାରୁ ଦୁରେଇଯାଇ ଠକୁ ଥିବାର ପ୍ରମାଣ ଆମ ଚ୍ୟାନେଲ ଏବଂ ନ୍ୟୁଜ ପେପେରରେ ହସ୍ତଗତ ହୋଇଅଛି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ହୋମିୟପାତି ଡାକ୍ତର ରାଜକିଶୋର ମିଶ୍ର। ସେ ଗଞ୍ଜଡ଼ ମାନଙ୍କୁ ଗଞ୍ଜେଇ ଟାଣିବା ଛଡେଇଦେବା ପାଇଁ ଏକ ନିର୍ଦିଷ୍ଟ ପ୍ୟାକେଜ କରି କଫ ଜନିତ ମେଡ଼ିସିନ କଫ ସିରାପ ନିଶାରେ ଗଞ୍ଜଡ଼ ମାନଙ୍କୁ ନିଶାସକ୍ତ କରଉଛନ୍ତି।

ପ୍ରକାଶ ଥାଉକି ଏହିଭଳି କାର୍ଯ୍ୟରେ ଲିପ୍ତଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ଏସପି ଗିରଫ କରି କୋଟ ଚାଲାଣ କରିଥିଲେ ଏବଂ ସେ ମଧ୍ୟ ଖୋର୍ଦ୍ଧା ଜେଲରେ ଅଛନ୍ତି। ରାଜକିଶୋର ମିଶ୍ର ଫୁଲବାଣୀ ଅଞ୍ଚଳ, ବୌଦ୍ଧ, କଣ୍ଟାମାଳ, ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳ ଏବଂ ବାଲିଗୁଡା ଅଞ୍ଚଳରେ ତାଙ୍କର କପ ସିରାପର ବ୍ୟବସାୟର ସେ ରାଜା ଅଟନ୍ତି। ତାଙ୍କର କପ ସିରାପ ବ୍ୟବସାୟରେ ସେ ରାଜା ମିଶ୍ର ନାମରେ ପରିଚିତ। ସେ ବିଗତ ପାଞ୍ଚବର୍ଷ ମଧ୍ୟରେ ପ୍ରାୟ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତି କରିପାରିଛନ୍ତି। ଯାହାର କି ଆୟାକର ବିଭାଗ ପାଖରେ କୌଣସି ହିସାବ ଓ ଆକଳନ ନାହିଁ। ସେ ମୁଖ୍ୟତଃ ଡୁମୁଡୁମା ଅଞ୍ଚଳର ପାତ୍ରପଡା ଠାରେ ଦୁଇକୋଟିରୁ ଉର୍ଦ୍ଧ ଟଙ୍କାର ଏକ ବିଶାଳ ଅଟାଳିକା କରିଛନ୍ତି। ତାଙ୍କର ପୁଅ ପାଇଁ ୯୦ ଲକ୍ଷ ଟଙ୍କା ଡୋନେସେନ ଦେଇ କୀଟ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ପଢାଇ ଡାକ୍ତରୀ ସାଟିଫିକେଟ ହାସଲ କରିପାରିଛନ୍ତି। ସେ ଯାହାବି ହେଉ ସେ ସଫଳତାର ସହିତ କଳାଧନର ସଫଳ ଉପଯୋଗ କରିପାରିଛନ୍ତି। ଆମେ ଏହି ନ୍ୟୁଜ ପ୍ରସାରଣ କରୁଅଛୁ ଯେ ଆୟାକର ବିଭାଗ, ଫୁଲବାଣୀ କଲେକ୍ଟର ଏହି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ତର୍ଜମା କରି ଦୋଷୀକୁ ଦଣ୍ଡ ଦିଅନ୍ତୁ। ସେ ଏହି ଅଞ୍ଚଳରେ ଧନୀ ହେବାର ଏକ ଉଦାହରଣ ପାଲଟିଛନ୍ତି।

ଯାହାକି ସମାଜର କ୍ଷତି କରୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଜ ମିଶ୍ରଙ୍କ ପତ୍ନୀ ଅନୁସୟା ମିଶ୍ର ଯେକି ଗୋଟିଏ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥିଲେ, ଫୁଲବାଣୀ ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରି ତାଙ୍କ କାର୍ଯ୍ୟରୁ ନଅମାସ ପୂର୍ବରୁ ଡିସମିସ ହୋଇଥିଲେ। ଫୁଲବାଣୀରୁ ଶିବାଜୀ ଜେନା ଏବଂ ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
