ବାଙ୍ଗାଲୁରରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

 

ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତତ୍ପରତା ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ର ମିଳିତ ସହଯୋଗ ରେ ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକ ର ମର ଶରୀର l

 

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତ ର ଲୁଣ୍ଡୁରୁ ଗ୍ରାମର ଦଶରଥ ସୁନା ନାମକ ଜଣେ ବ୍ୟକ୍ତି ଦୀର୍ଘ ଦୁଇ ରୁ ତିନି ବର୍ଷ ହେବ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ଙ୍କ ସହିତ କର୍ଣ୍ଣାଟକ ରାଜ୍ୟ ର ଉର୍ବନ୍ ଜିଲ୍ଲା ଜିଗିନି ଥାନା ଅନ୍ତର୍ଗତ ଗୋହଳହଲି ନାମକ ଏକ ଗ୍ରାମରେ ଥିବା ପ୍ରାଇଭେଟ୍ ବ୍ରଏଲର୍ ଫାର୍ମ କୁ କାମ କରିବାକୁ ଯାଇଥିଲେ। କିନ୍ତୁ ତା. ୦୧.୧୨.୨୦୨୫ ଦିନ ଅପରାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ କୌଣସି କାରଣରୁ ଦଶରଥ ସୁନା ଙ୍କ ମୃତ୍ୟୁ ହୋଇଯାଇଥିବା ଖବର ତାଙ୍କ ସ୍ତ୍ରୀ ସେଠାରୁ ଘରକୁ ଫୋନ୍ ମାଧ୍ୟ୍ୟମ ରେ ଜଣାଇଥିଲେ।


ତାଙ୍କ ମୃତ ଶରୀର ଜେନେରାଲ ହସ୍ପିଟାଲ, ଅନେକଲ ତାଲୁକ୍, ଜିଲ୍ଲା – ବେଙ୍ଗାଳୁରୁ ଊର୍ବନ୍, କର୍ଣାଟକ ରାଜ୍ୟ ରେ ଅଛି ବୋଲି ସୂଚେଇ ଥିଲେ l ସଙ୍ଗେ ସଙ୍ଗେ ତା ୨/୧୨/୨୦୨୫ ରିଖ ଦିନ ଦଶରଥ ଙ୍କ ବାପା ସୁନପତି ସୁନା ନିଜ ପୁଅ ର ମୃତ ଦେହ କିଭଳି ଭାବେ ସୁରକ୍ଷିତ ଅବସ୍ଥାରେ ନିଜ ଗ୍ରାମକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ, ବୌଦ୍ଧ ଏବଂ ଜିଲ୍ଲା ଶ୍ରମ ବିଭାଗ, ବୌଦ୍ଧ ଙ୍କ ନିକଟରେ ଅନୁରୋଧ କରିଥିଲେ। ତତକ୍ଷଣାତ୍ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ, ବୌଦ୍ଧ ସୁଶ୍ରୀ କନ୍ୟା କୁମାରୀ ସାହୁ ସେହି ଦିନ ଅର୍ଥାତ ୦୨/୧୨/୨୦୨୫ ରିଖ କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ଅଧିନସ୍ଥ ଲୁଣ୍ଡୁର ଗ୍ରାମରେ ପରିବାର ବର୍ଗ ଙ୍କ ପାଖରେ ପହଞ୍ଚି ତଦନ୍ତ କରିଥିଲେ ଓ ମର ଶରୀରକୁ ତାଙ୍କ ନିଜ ଗ୍ରାମ କୁ ଫେରେଇ ଆଣିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ l ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ, ବୌଦ୍ଧ ଙ୍କ ର ମିଳିତ ସହଯୋଗ ରେ ଏକ ଆମ୍ବୁଲାନ୍ସ ଯୋଗେ ଦଶରଥ ସୁନା ଙ୍କ ମର ଶରୀର ବେଙ୍ଗାଳୁରୁ ରୁ ୩/୧୨/୨୦୨୫ ରିଖ ମଧ୍ୟ ରାତ୍ରରେ ନିଜ ପୈତୃକ ଗ୍ରାମ ଲୁଣ୍ଡୁର୍ ରେ ସୁରକ୍ଷିତ ଭାବେ ପହଞ୍ଚିଥିଲା।ନିଜ ପରିବାର ବର୍ଗ ଓ ଗ୍ରାମବାସୀ ବୃନ୍ଦ ନିଜ ଗାଁ ରେ ଦଶରଥ ସୁନା ଙ୍କ ଶେଷ ଦର୍ଶନ କରିଥିଲେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *