ଆତଙ୍କ ଚଲାଇଛି ମହାବଳ ନା କଲରାପତରିଆ ବାଘ

 

ବୋୖଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ର ନାରାୟଣପ୍ରସାଦ ସେକ୍ସନ ଅନ୍ତର୍ଗତ ସମାକୂପା ଅଞ୍ଚଳରେ ବାଘ ଆତଙ୍କ । ବାଘ ଭୟରେ ଭୟବିତ ଗ୍ରାମବାସୀ l ଗାଈକୁ ମାରି ଖାଇଛି ବାଘ । ଜଙ୍ଗଲ ରେ ଦେଖିବାକୁ ମିଳିଛି ବାଘର ପାଦ ଚିହ୍ନ ସହ ମଳ । ଯାହାକୁ ଦେଖି ଏବେ ସ୍ଥାନୀୟ ଲୋକେ ଭୟରେ ଆତଙ୍କିତ l

ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ l ବାଘ ଭୟରେ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକ l ସୂଚନା ମୁତାବକ ଗତ ଦୁଇରୁ ତିନିଦିନ ହେଲା ସମାକୂପା ଅଞ୍ଚଳ ରେ ଏକ ବାଘର ପାଦ ଚିହ୍ନ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି ।

ପ୍ରତିଦିନ ଗାଁ ରୁ ଜଙ୍ଗଲ କୁ ଚରିବାକୁ ଯାଉଥିବା ଗାଈଗୋରୁ ମଧ୍ୟରୁ ଗାଈ ଛେଳି ହଜି ଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହା ଦେଖି ଗ୍ରାମବାସୀ ଜଙ୍ଗଲ କୁ ଗାଈଗୋରୁ ଖୋଯିବା ପାଇଁ ବାହାରିଥିଲେ । ଆଉ ଜଙ୍ଗଲକୁ ଯାଇ ଗ୍ରାମବାସୀ ଯାହା ଦେଖି ଥିଲେ ତାଙ୍କର ବି ହୋସ ଉଡି ଯାଇଥିଲା । ଗ୍ରାମବାସୀ ଓ ଗାଈ ଜଗୁଆଲଙ୍କ ସନ୍ଦେହ ସତ ହୋଇଥିଲା । ସେହିପରି ଗାଁରୁ ଛେଳି ମଧ୍ୟ ଖାଇଥିବା ଗ୍ରାମବାସୀ କହିଛନ୍ତି l ଜଙ୍ଗଲ ରେ ଗୋରୁଗାଈ ଙ୍କ ମୃତ ଦେହ ଅବଶେଷ ଦେଖିବା ସହ ବାଘ ପାଦ ଚିହ୍ନ ଓ ମଳ ପଡ଼ିଥିବା ମଧ୍ୟ ଦେଖିବାକୁ ପାଇଛନ୍ତି । ଯାହାକୁ ଦେଖି ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ବାଘକୁ ଅଞ୍ଚଳରୁ ଘୋଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ଏହି ବାଘଟି କଲରାପତାରିଆ ନା ମହାବଳ ବାଘ ତାହା ଅସ୍ପଷ୍ଟ ରହିଛି l

ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିବା ସହ ଗୃହପାଳିତ ପଶୁ ଜଙ୍ଗଲକୁ ନ ଛାଡିବାକୁ କହିଛନ୍ତି l ତେବେ ବାଘ ଥିବା କଥାକୁ ସ୍ୱୀକାର କରିବା ସହ ଘଟଣା ସ୍ଥଳରେ ପହଞ୍ଚି ବାଘର ପାଦ ଚି଼ହ୍ନ ନିରୀକ୍ଷଣ କରିବା ସହ ଗତିବିଧି ଦେଖୁଛନ୍ତି l ତେବେ ଗାଁରେ ବାଘ ଭୟ ଥିବାରୁ ତୁରନ୍ତ ବନବିଭାଗ ତଦନ୍ତ କରି ଲୋକଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *