ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ପର୍ବ ପର୍ବାଣୀ ପାଳନ କରାଯାଏ। କିନ୍ତୁ ଏହାକୁ ରାଜନୀତି କରଣ ନ କରିବା ପାଇଁ ସାଧାରଣ ଜନତା ମତ ରଖିଛନ୍ତି। କିନ୍ତୁ ରାଜନୈତିକ ଉଷ୍ମତା ପାଇଁ ବିଭିନ୍ନ ଗୋଷ୍ଠୀରେ ଏମାନେ ବିଭକ୍ତ ହେଉଛନ୍ତି।
ରାୟଗଡ଼ା ତେଲୁଗୁ ସମ୍ପ୍ରଦାୟର ଦୁଇଟି ସ୍ଥାନରେ ଉଗାଦି ଉଛଵ ପାଳନ ହେଉଥିଲା। ଗୋଟିଏ ସ୍ଥାନରେ ବିକେପି କର୍ମ କର୍ତା,ଏବଂ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ଯୋଗ ଦେଇଥିଲେ। ଏବଂ ଅନ୍ୟ ଏକ ସ୍ଥାନରେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଉଗାଦୀ ଉଛଵ ପାଳନ କରୁଥିଲେ।କିନ୍ତୁ ପୋଲିସ ପାତର ଅନ୍ତର ମନୋଭାବ ଦେଖାଇ ବିଜେପିକୁ ପୋଲିସ ସୁରକ୍ଷା ଦେଇ ନଥିବା ସମୟରେ ବିଜେଡି ନେତାଙ୍କୁ ସୁରକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ ଆକ୍ରୋସ ମୂଳକ ଭାବେ ବିଜେପି କାର୍ଯ୍ୟ କର୍ତାଙ୍କୁ ରାତି ଅଧିଆ ଉଠାଇ ଆଣି ଥାନାରେ ଅଟକ ରଖିଛି।ଯାହାର ପ୍ରତିବାଦରେ ଆଜି ବିଜେପିର ସତ ଧିକ କାର୍ଯ୍ୟକର୍ତା ଥାନା ଘେରାଉ କରିବା ସହିତ ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ରୋକ କରି ବସିଛନ୍ତି, ଫଳରେ ରାୟଗଡା ଠାରେ ଆନ୍ଧ୍ର ଏବଂ ଓଡିଶାକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ରିପୋର୍ଟ୍।
ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ପର୍ବ ପର୍ବାଣୀ ପାଳନ କରାଯାଏ।
