ନିବେଶକଙ୍କର ଓଡ଼ିଶା ପ୍ରତି ବିଶ୍ବାସ ବଢିଛି ବୋଲି ବକ୍ତବ୍ୟ ରଖିଲେ ମୁଖ୍ୟମନ୍ତ୍ରୀ।
ଉତ୍କର୍ଷ ଓଡ଼ିଶା ୨୦୨୫ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହେବା ସହ ଏହାଦ୍ଵାରା ୨, ୫୫, ୮୧୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହାଦ୍ଵାରା ୧, ୬୩, ୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଫାର୍ମା, ଟେକ୍ସଟାଇଲ୍ କନ୍କ୍ଲେଭ୍ ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଦିଲ୍ଲୀଠାରେ ଅନୁଷ୍ଠିତ ସେମିକନ୍ କନ୍କ୍ଲେଭରେ ଓଡ଼ିଶା ୨ଟି ଏମ୍ଓୟୁ କରିଥିଲା।

ଉତ୍କର୍ଷ ଓଡ଼ିଶା ୨୦୨୫କୁ ବର୍ଷେ ପୂରଣ ହେବାକୁ ଯାଉଥିବାରୁ ହାଇଦ୍ରାବାଦ ଗସ୍ତର ସଫଳତା ଓଡ଼ିଶାର ଶିଳ୍ପ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି । ହାଇଦ୍ରାବାଦ ଗସ୍ତ ସମୟରେ ୧୩ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହେବା ସହିତ ୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି। ୧୮ ମାସରେ ୨.୧୦ ଲକ୍ଷ କୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ। ହାଇଦ୍ରାବାଦ୍ ରୋଡ୍ ଶୋ’ ଦ୍ଵାରା ୬୬,୭୮୧ କୋଟିର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଜାନୁଆରୀ ୨୮ ଓ ୨୯ରେ ରାଉରକେଲାରେ “ଏଣ୍ଟରପ୍ରାଇଜ୍ ଓଡ଼ିଶା” ର ଶୁଭାରମ୍ଭ ହବ। ଏହାଦ୍ଵାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ।

ଏହା ବ୍ୟତୀତ ୯ଟି ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ (ଆଇଆଇଏଫ୍) ମଧ୍ୟ ହୋଇଥିଲା। ଏହାଦ୍ଵାରା ୩୯,୧୩୧ କୋଟି ଟଙ୍କାର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମୋଟ ଉପରେ ହାଇଦ୍ରାବାଦ ରୋଡ୍ ଶୋ ଦ୍ବାରା ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬, ୩୪୦ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
