ରାୟଗଡା ଜିଲ୍ଲାରେ ବାଘ ଅସୁରକ୍ଷିତ

 

କାଶୀପୁର ରେଞ୍ଜ ରେ ବନ ବିଭାଗ ର ବଡ ସଫଳତା, ଦୁଇ ବାଘ ଛାଲ ସହ ୫ ଅଟକ।
କାଶୀପୁର,ପୂର୍ବ ଯୋଜନା ଅନୁଯାୟୀ ଦୁଇ ଜିଲ୍ଲାର ବନାଞ୍ଚଳ ବିଭାଗ ଦ୍ୱାରା ବିଛାଇଥିବା ଜାଲରେ ଖୋଦ ବାଘ ଛାଲ ଚାଲାଣ କାରି ଫସିଲେ।
ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ସହ ୫ଜଣ ଗିରଫ। ଗିରଫ ହୋଇଥିବା ୫ ଜଣ କାଶୀପୁର ଅଞ୍ଚଳର ବୋଲି କାଶୀପୁର ବନ ବିଭାଗ ସ୍ପଷ୍ଟ କରିଛି। ରାୟଗଡା ଡି.ଏ.ଫ.ଓ. ଏବଂ କଳାହାଣ୍ଡି ଡି.ଏ.ଫଓ.ଙ୍କ ନେତୃତରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ମିଳିତ ଭାବେ ଚଢାଉ କରି ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଉଥିବା ଜଣାପଡିଛି ।

କାଶୀପୁର ସଦର ସ୍ଥିତ ହନୁମାନ ମନ୍ଦିର ନିକଟରେ ଏହି ବାଘ ଚମଡାକୁ ପ୍ରାୟ ୩୦ ଲକ୍ଷ ବିକ୍ରୀ କରିବା ପାଇଁ ଯୋଜନା ଚାଲୁଥିଲା। ପୂର୍ବ ଯୋଜନା ଅନୁଯାୟୀ ସଠିକ ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ବିଭାଗ ନଜର ରଖି ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲା ।ଏହି ସୂଚନା ଆଧାରରେ କାଶୀପୁର ହନୁମାନ ମନ୍ଦିର ନିକଟରେ ବାଘ ଚମଡା ବିକ୍ରିକରିବାକୁ ଯୋଜନା କରୁଥିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ ସଦଳବଳ ।

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଜଂର ସୂଚନା ଦେଇଛନ୍ତୀ। ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ରେଜଂର ପ୍ରକାଶ କରିଛନ୍ତି।ଅଭିଯୁକ୍ତ ମାନଙ୍କ ଠାରୁ ଦୁଈଟି କଲରାପତରିଆ ବାଘ ଛାଲ,୩ଟି ମୋଟର ସାଇକଲ,୪ଟି ମୋବାଇଲ ଫୋନ,ଗୋଟିଏ ଧାରୁଆ ଛୁରି ଜବତ କରାଯାଇଥିବା ସୂଚନା ମିଳିଛି।ଏହି ଚଢାଉ ସମୟରେ ରାୟଗଡା ଡିଏଫଓ ସଚିନ ଓଲହା ସାହେବ ଓହେଲ ଏବଂ କଳାହାଣ୍ଡି ଡିଏଫଙ୍କ ନେତୃତରେ ଟିକିରି ରେଜଂର ଅନିଲ ପାଣିଗ୍ରାହୀ,କଲ୍ୟାଣସିଂପୁର ରେଜଂର ଚନ୍ଦନ ଗମାଙ୍ଗ,କାଶୀପୁର ଫରେଷ୍ଟର ଦିନବନ୍ଦୁ ଶବର,ବଳରାମ କାଡ୍ରାକାଙ୍କ ସହ କାଶୀପୁର,ଟିକିରି,କଲ୍ୟାଣସିଂପୁର ଅଞ୍ଚଳର ବନବିଭାଗ କର୍ମଚାରି ମାନେ ଏହି ଚଢାଉରେ ସାମିଲଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି କମଲ ଲୋଚନଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *