ଏନ ଭାସ୍କର ରାଓ ଏବଂ ମନ୍ତ୍ରୀ ବିଭୁତି ଜେନା ରାୟଗଡାର ଗୋଟିଏ ମଞ୍ଚରେ

 

ଆଜି ରାୟଗଡ଼ା ଜିଲ୍ଲା ରେ ଦଳ ପକ୍ଷ ରୁ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଜାଇଥିଲା। ଆଜି ଦିନ 12 ଘଟିକା ସମୟ ରେ ଜିଲ୍ଲା ବିଜେପି ଦଳ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି ଦଳୀୟ ନେତା ଓ କର୍ମୀ ପ୍ରଥମେ ବସଷ୍ଟାଣ୍ଡ ନିକଟ ଡକ୍ଟର ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

କିଛି ସମୟ ପରେ ଇନ୍ଦିରାନଗର ରେ ଥିବା ମୁକ୍ତା ଉଦ୍ୟାନ ରେ ନୂତନ ଭାବେ ସ୍ଥାପନ କରାଜାଇ ଥିବା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକା ଙ୍କ ପ୍ରତିମୂର୍ତ୍ତି ରେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଜେପି ନେତା ଶିବ ଶଙ୍କର ଉଲାକା ପିତା ସ୍ବର୍ଗତ ରାମଚନ୍ଦ୍ର ଉଲାକ।ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ସଭାପତି ଗୋପୀ ଆନନ୍ଦ, କଲିରାମ ମାଝୀ, ବସନ୍ତ ଇଲାକା, କାଣ୍ଡ। ବାବୁ ଓ ପଦ୍ମନାଭ ଦାସ ପ୍ରମୁଖ ଉକ୍ତ କାର୍ଯୟକ୍ରମରେ ଯୋଗଦେଇଥିଲେ। ବିଜୁ ସ୍ୱାଭିମାନ ମଞ୍ଚର ପ୍ରତିଷ୍ଠାତା ଏନ୍ ଭାସ୍କର ରାଓ ମଧ୍ଯ ଯୋଗଦାନ କରି ଏକ ଭାଇଚାରାର ପରିଚୟ ସୃଷ୍ଟି କରିଥିଲେ।


ଏଥିରୁ ସ୍ପଷ୍ଟ ବାରି ହଉଚି ଜେ ଏନ୍ ଭାସ୍କର ରାଓ ବିଜେପିରେ ଜଣେ ସକ୍ରିୟ ରାଜନେତା ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରି ବିଭୁତି ଜେନା, ସଡ଼କ ସୁରକ୍ଷା ସମ୍ବନ୍ଧରେ ଜନସାଧାରନଙ୍କୁ ନିଜ ଭାଷଣ ମାଧ୍ୟମରେ ଅବଗତ କରାଇଥିଲେ। ସେ ଯାହାବି ହେଉ ଏହା ରାୟଗଡା ବାସୀଙ୍କ ପାଇଁ ସରକାରଙ୍କ ନିକଟତର ହେବାର ଏକ ଭଲ ସୁଯୋଗ।
ରାୟଗଡାରୁ ଜିଲ୍ଲା ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *