ଗଞ୍ଜେଇ ମାଫିୟାଙ୍କ ଘରେ ଇ ଡି ଚଢ଼ାଉ

 

ମାରଡୋଲ ଗ୍ରାମର ଗଞ୍ଜେଇ ମାଫିଆଙ୍କ ଘରେ ଅର୍ଥନୈତିକ ଯାଞ୍ଚ କଲା ବୌଦ୍ଧ ପୋଲିସ୍ ।
ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଗଣ ମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଥାନା ମାରଡୋଲ ଗ୍ରାମର ଗଞ୍ଜେଇ ମାଫିଆ ହୃଷିକେଶ ପାତ୍ରଙ୍କ ଘରେ ବୌଦ୍ଧ ପୋଲିସ ପକ୍ଷରୁ ଅର୍ଥ ନୈତିକ ଯାଞ୍ଚ କରାଯାଇଛି l ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟଙ୍କ ନେତୃତ୍ବରେ ପୋଲିସର ଏକ ଟିମ୍ ଚଢାଉ କରି ବ୍ୟାପକ ସମ୍ପତ୍ତି ଠାବ କରିଥିବା ପ୍ରେସ୍ ନୋଟ୍ ରେ ସୂଚନା ଦିଆଯାଇଛି l ମିଳିଥିବା ସୂଚନା ଅନୁଯାୟୀ ଗତ ମେ ୨୦ ତାରିଖ ଦିନ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଡୋଲାବାଲି ଛକ ନିକଟରୁ ଏକ ମହୀନ୍ଦ୍ରା ପିକପ ଗାଡିରୁ କଣ୍ଟାମାଳ ପୋଲିସ ୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଥିଲା l

ଉକ୍ତ ଗଞ୍ଜେଇ ଚାଲାନରେ ସମ୍ପୃକ୍ତ ହୃଷିକେଶ ପାତ୍ରକୁ ଗତ ଅଗଷ୍ଟ ୩୦ ତାରିଖ ଦିନ ପୋଲିସ ଗିରଫ କରିଥିଲା ଓ ସେ ବର୍ତ୍ତମାନ ଜେଲରେ ଅଛନ୍ତି l ତଦନ୍ତ ବେଳେ ହୃଷିକେଶ ନିଜ ନାମରେ ଓ ସମ୍ପର୍କୀୟ ମାନଙ୍କ ନାମରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମାଦକ ଦ୍ରବ୍ୟ କାରବାରରୁ ଗଛିତ ରଖିଥିବା ସୂଚନା ପାଇଥିଲା ପୋଲିସ l ଫଳରେ ବୌଦ୍ଧ ପୋଲିସ୍ ତାହାର ଆକଳନ ପାଇଁ ମାରଡୋଲ ଗ୍ରାମର ଅଭିଯୁକ୍ତଙ୍କ ଘରେ ଓ ଆତ୍ମୀୟ ସ୍ବଜନଙ୍କ ଘରେ ଚଢାଉ କରି ଅନେକ ସ୍ଥାବର ଅସ୍ଥାବର୍ ସମ୍ପତି ଜବତ କରିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

 

Leave a Reply

Your email address will not be published. Required fields are marked *