ଭଦ୍ରକରେ ଟାଇକୋଣ୍ଡା ପ୍ରତିଯୋଗିତା

 

ଓଡ଼ିଶା ଟାଇକୋଣ୍ଡୋ ଏବଂ କ୍ରୀଡା ଓ ଯୁବସେବା ବିଭାଗ ର ମିଳିତ ଆନୁକୁଲ୍ଯରେ ଚଳିତ ମାସ ୨୬ ରୁ ୨୮ ତାରିଖ ମଧ୍ଯରେ ଭଦ୍ରକର ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ରାଜ୍ଯସ୍ତରୀୟ ଓପନ ଟାଇକୋଣ୍ଡୋ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଛି।

ଏଥିରେ ବିଭିନ୍ନ ଜିଲ୍ଲାରୁ ପାଖାପାଖି ୮୦୦ରୁ ଉର୍ଦ୍ଧ୍ବ କ୍ରୀଡାବିତ୍ ଓ ୧୨୦ ଜଣ ପ୍ରଶିକ୍ଷକ ଓ ମ୍ୟାନେଜର ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ସଫଳତାପ୍ରାପ୍ତ ଖେଳାଳିମାନେ ଆଗାମୀ ଜାତୀୟସ୍ତରୀୟ ଫେଡେରେସନ କପ୍ ରେ ଅଂଶଗ୍ରହଣ କରିବେ। ଉକ୍ତ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଉପଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳ, ଜିଲ୍ଲା ଡି.ଏସ୍.ଓ ଅନୁପ କୁମାର ବେହେରା, ଭଦ୍ରକ ଜିଲ୍ଲା ଅଲିମ୍ପିକ ଆସୋସିଏସନର ସଂପାଦକ ଶୁଭେନ୍ଦୁ ରାୟ ମହାପାତ୍ର, ଓଡ଼ିଶା ଟାଇକୋଣ୍ଡୋର ଆଡଭାଇଜର୍ ଓ ଜିଲ୍ଲା ଟାଇକୋଣ୍ଡୋ ସଂଘର ସଭାପତି ରଞ୍ଜିତା ସ୍ବାଇଁ, ରାଜ୍ଯ ଟାଇକୋଣ୍ଡୋ ଆସୋସିଏସନର ସଂପାଦକ ଚିନ୍ମୟ ବେହେରା,

ଭଦ୍ରକ ଜିଲ୍ଲା ବି.ଜେ.ପି ଅଧ୍ୟକ୍ଷ ଭଗବାନ ପଣ୍ଡା, ସାମ୍ବାଦିକା ପ୍ରାଚୀ ମହାପାତ୍ର ଓ ବିଶିଷ୍ଟ ସମାଜସେବୀ ଅଜୟ ନାୟକ ପ୍ରଭୃତି ଅତିଥିବୃନ୍ଦ ସଭାମଣ୍ଡନ କରିବା ସହିତ ଆନ୍ତର୍ଜାତିକ ରେଫେରି ସ୍ବଦେଶ ରଞ୍ଜନ ରାଉତ କ୍ରୀଡା ପରିଚାଳନା କରିଥିଲେ।

ଉଦଯାପନୀ ଉତ୍ସବ ରେ ଅଂଶୁମାନ ଦ୍ବିବେଦୀ ମୁଖ୍ୟଅତିଥି ସହ ରୋଜାଲିନ ପଣ୍ଡା ଓ ଏସ.କେ ମଦାନୀ ସମ୍ମାନିତ ଅତିଥି ରୂପେ ସଭାମଣ୍ଡନ କରିଥିଲେ।
ଭଦ୍ରକରୁ ଗୀତାଞ୍ଜଳି ରାୟଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *