ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

 

କେନ୍ଦ୍ରାପଡା ଜିଲ୍ଲାରେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଅଧିକା। କିନ୍ତୁ ଏଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଚାଲିଛି। ଏହିଯୋଗୁଁ ଶିକ୍ଷା ବ୍ୟବସ୍ଥା ରେ ବିଶୃଙ୍ଖଳା ଦେଖାଦେଇଛି। ଜିଲା ପରିଷଦ ୭ମ ସାଧାରଣ ବୈଠକକୁ ବର୍ଜନ କଲେ ଜିଲ୍ଲା ପରିଷଦ ସଭ୍ୟମାନେ।
ଜିଲା ପରିଷଦ ବୈଠକରେ ଜିଲାପାଳ ରଘୁରାମ ଆର. ଆୟାର ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କୁ ବୈଠକକୁ ଆସିବା ପାଇଁ ଡାକିଥିଲେ ମଧ୍ୟ ସେ ଆସି ନଥିଲେ । ଫଳରେ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ । ଏହାପରେ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଜିଲା ଶିକ୍ଷାଧିକାରୀଙ୍କୁ ଫୋନ କଲେ । ତାଙ୍କ ଫୋନ ମଧ୍ୟ ଜିଲା ଶିକ୍ଷାଧିକାରୀ ଉଠାଇଲେ ନାହିଁ କି ବୈଠକକୁ ଆସିନଥିଲେ ।

କିଛି ସମୟ ଜିଲା ପରିଷଦ ସଭାପତି ଓ ଅନ୍ୟ ସଦସ୍ୟମାନେ ଅପେକ୍ଷା କଲେ । ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ବିରୋଧରେ ଜିଲା ପରିଷଦ ସଭ୍ୟ ପ୍ରମୋଦ ରଥ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଓ ଏହାକୁ ଅନ୍ୟସଭ୍ୟସଭ୍ୟା ସମର୍ଥନ କରିଥିଲେ । ଫଳରେ ଏହା ଗୃହୀତ ହୋଇଥିଲା । ଜିଲା ଶିକ୍ଷାଧିକାରୀ ଜିଲା ପରିଷଦକୁ ଅବଜ୍ଞା କରି ବୈଠକକୁ ଆସିଲେ ନାହିଁ କି ନ ଆସିବାର କାରଣ ଜଣାଇଲେ ନାହିଁ ।

ବୈଠକରେ ଜିଲା ପରିଷଦ ସଭାପତି ଲିଲିତା ଦାସ ଜିଲାପାଳଙ୍କୁ କହିଥିଲେ ଜିଲା ଶିକ୍ଷାଧିକାରୀଙ୍କ ବିରୋଧରେ ଶିକ୍ଷା ବିଭାଗ ନିଦେ୍ର୍ଦଶକ, ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ପାଇଁ । ଏହାପରେ ସଭ୍ୟମାନେ ବୈଠକ ବର୍ଜନ କରିଥିଲେ । କାରଣ ଜିଲା ଶିକ୍ଷାଧିକାରୀ ଯଦି ଜିଲାପାଳଙ୍କୁ ଅବଜ୍ଞା କରୁଛନ୍ତି ତେବେ ଅନ୍ୟ ଅଧିକାରୀମାନେ କିପରି ତାଙ୍କ ନିଦେ୍ର୍ଦଶ ମାନିବେ ବୋଲି ସଭ୍ୟମାନେ ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ ।

ଏହାକୁ ନେଇ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ହୋହଲ୍ଲା ହୋଇଥିଲା । କାହା ଇଙ୍ଗିତରେ ଜିଲା ଶିକ୍ଷାଧିକାରୀ ଜିଲାପାଳ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଆଦେଶ ମାନିଲେ ନାହିଁ ତାହାକୁ ନେଇ ସଭ୍ୟମାନେ ପ୍ରଶ୍ନ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲା ପରିଷଦ ସଭାପତି ଲିଲିତା ଦାସ, ମହାକାଳପଡ଼ା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ ଦେବ, ଜିଲାପାଳ ରଘୁରାମ ଆର.ଆୟାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଓ ଜିଲାର ଅନ୍ୟାନ୍ୟ ଅଧିକାରୀମାନେ କିଛି ସମୟ ରହି ଉଠି ଯାଇଥିଲେ ।

ଜିଲା ପରିଷଦ ସଭାପତି ଲିଲିତା ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମଙ୍ଗଳବାର ଜିଲା ପରିଷଦ ବୈଠକର କାର୍ଯ୍ୟସୂଚୀରେ ପ୍ରଥମେ ଶିକ୍ଷା ବିଭାଗ ସମସ୍ୟା ଉପରେ ଆଲୋଚନା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା । ହେଲେ ସେ ଉଦେ୍ଦଶ୍ୟମୂଳକ ଭାବେ ବୈଠକକୁ ଆସିଲେ ନାହିଁ । ସେ ବାରମ୍ବାର ଏହିଭଳି କରୁଛନ୍ତି । ତାଙ୍କୁ ଜିଲାପାଳ ଫୋନ କରି ଡାକିଲେ ମଧ୍ୟ ତାହାକୁ ସେ ଖାତିର କରିଲେ ନାହିଁ । ଜିଲାରେ ପରୀକ୍ଷା ଶେଷ ହେବାକୁ ବସିଲାଣି ।

କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କୁ ପୋଷାକ ବଣ୍ଟନ ହେଲା ନାହିଁ । ସେହିପରି ଜିଲାରେ କେତେ ଶିକ୍ଷକ ନିଯୁକ୍ତି ପାଇଲେ ଓ କେତେ ଶିକ୍ଷକ ପଦ ଖାଲି ରହିଛି ସେ ନେଇ ଆଲୋଚନା ହୋଇଥାନ୍ତା । କେତେକ ସଭ୍ୟ କହିଛନ୍ତି ଜିଲା ଶିକ୍ଷାଧିକାରୀ ଉଦେ୍ଦଶ୍ୟମୂଳକ ଭାବେ ଜିଲାପାଳଙ୍କ ଫୋନ ଧରିଲେ ନାହିଁ ନା ଏହା ପୂର୍ବ ଯୋଜନା ଥିଲା ତାହା ତଦନ୍ତ ହେବା ଆବଶ୍ୟକ ।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *