କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ l
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଂଗ୍ରେସ ଦଳ ପକ୍ଷରୁ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସଭାପତି ସୁଶାନ୍ତ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ୧୪୦ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ସଭାପତି ଶ୍ରୀମତୀ ବିନ୍ଦ୍ୟାବିନୀ ସାହୁ ସମ୍ମାନିତ ଅତିଥି ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ, ଘଣ୍ଟାପଡ଼ା ସରପଞ୍ଚ ରିତା କହଁର, ଅବସର ପ୍ରାପ୍ତ ଶିକ୍ଷକ ଚିତାନନ୍ଦ କହଁର ଯୋଗଦେଇଥିଲେ । ଏହି ସଭା ରେ ବିଜେପି ସରକାର ୧୮ ମାସରେ ଲୋକଙ୍କୁ କେମିତି ଠକିଚାଲିଛି ୬୦ବର୍ଷ ବୃଦ୍ଧ ବୃଦ୍ଧା ଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବୀ କହି ନଦେଇ ଦିନ ଗଡ଼େଇ ଚାଲିଛି, ୩୦୦ୟୁନିଟ ମାଗଣା ବିଜୁଳି ଦେବୀ କହି ଦିନ ଗଡ଼େଇ ଚାଲିଛି ଓ ଲୋକଙ୍କୁ ଭୂଆଁ ବୁଲାଉଛି ବୋଲି ଶ୍ରୀ ସାହୁ ଆଲୋଚନା କରିଥିଲେ । ତାସହ ଆଗାମୀ ଦିନରେ କେମିତି ଓଡ଼ିଶାରେ କଂଗ୍ରେସ ଦଳ ସରକାର ଗଠନ କରିବେ ସେଦିଗରେ ଆଲୋଚନା କରିଥିଲେ । ଏହି ସଭାରେ କଂଗ୍ରେସ ଦଳର ନିବାସ ବାରିକ, ସୁନାଧର ପୁଟେଲ , ସୁକ ମଙ୍ଗରାଜ, ବ୍ରଜମୋହନ ବାରିକ, ନିତ୍ୟାନନ୍ଦ କର୍ମୀ, ସୁକେସ ଖଟୁଆ, ବିକ୍ରମ ରାଜହଂସ, ହୃଦାନନ୍ଦ କହଁର, ହିତେଶ ଷlଣ୍ଢ, ତ୍ରିନାଥ ରଣା, ବିଷ୍ଣୁ ମୋହନ ସାହୁ, ବିଶ୍ଵାମିତ୍ର ପାଢ଼ୀ ସମେତ ଅଞ୍ଚଳ ର ବହୁତ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ । ଶେଷରେ ସୁଶାନ୍ତ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
