ପୋଖରୀ ମାଳିନୀ ସହର ନୂଆପଡା

 

ଖୁବ ଶୀଘ୍ର ଖଡିଆଳ ର ବୃହତ୍ ପୋଖରୀ ପାଇବ ନିଜର ମାନ୍ୟତା। ଏହା ହେବ ଜଳ ପକ୍ଷୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ସ୍ଥଳୀ। ନୂଆପଡ଼ା ଜିଲ୍ଲା ର ପୋଖରୀ ମାଳିନୀ ସହର ଖଡିଆଳ ଠାରେ ୧୩ ଗୋଟି ବୃହତ୍ ପୋଖରୀ ରହିଅଛି।

ସେଥିମଧ୍ୟରୁ ହିରାମୁଣ୍ଡା ଅନ୍ୟତମ ଅଟେ। ଏହି ପୋଖରୀର ପୁନଃଉଦ୍ଧର ପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷ ରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ପଦକ୍ଷେପ ନେଉନଥିବା ବେଳେ ଖୁବ ଶୀଘ୍ର ଖଡିଆଳ ର ବୃହତ୍ ପୋଖରୀ ପାଇବ ନିଜର ମାନ୍ୟତା। ଏହି ପୋଖରୀ ରେ ଜଳ ପକ୍ଷୀଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ସ୍ଥଳୀ ପାଲଟି ଥିବାବେଳେ ଖଡିଆଳ ନଗରବାସୀ ଙ୍କ ପକ୍ଷ ରୁ ଜଳ ଉଦ୍ୟାନର ମାନ୍ୟତା ଦାବୀ କରିଛନ୍ତି।

ଖଡିଆଳ ସହର ରେ ୧୩ ଗୋଟି ବୃହତ୍ ପୋଖରୀ ରହିଅଛି। ସମସ୍ତ ପୋଖରୀ ରେ ନବୀକରଣ, ପୁନଃ ଉଦ୍ଧାର ଏବଂ ପଙ୍କ ଉଦ୍ଧାର କାର୍ଯ୍ୟ କରି ତିଖଳୀ ଜଳସେଚନ ପ୍ରକଳ୍ପ କେନାଲ ଜଳ ସଂଯୋଗ କରିବାକୁ ଜିଲ୍ଲା ପ୍ରେସ କ୍ଲବ ପକ୍ଷ ରୁ ଜଳସେଚନ ବିଭାଗ କୁ ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟ ତ୍ଵରାନିତ କରିବାକୁ ଦାବୀ କରିଛନ୍ତି। ବର୍ତ୍ତମାନ ପୋଖରୀ ଅବସ୍ଥା ଅତି ଶୋଚନୀୟ ଥିବା ବେଳେ ଏହାର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ହେବା ନେଇ ସୂଚନା ରହିଅଛି। ଖଡିଆଳ ର ପୋଖରୀ ଉନ୍ନତିକରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇ ତୁରନ୍ତ ପଦକ୍ଷେପ ନେବା କୁ ଦାବୀ ହେଉଅଛି।
ନୂଆପଡ଼ାରୁ ଫଟୋ ନ୍ୟୁଜ ଟାଇମ୍ସର ରିପୋର୍ଟ।

Leave a Reply

Your email address will not be published. Required fields are marked *