“କଙ୍ଗାରୁ କୋଟ” ଏବଂ ବିଲଡର ମାନଙ୍କ ମାଧ୍ୟମରେ ଟଙ୍କା ବିନିଯୋଗକରିବା ହେଉଛି ବିଜେଡ଼ି ନେତା ମାନଙ୍କର ପ୍ରମୁଖ କଳାଧନ ରୋଜଗାର ମାଧ୍ୟମ ବୋଲି ତଥ୍ୟ ଆମ ନ୍ୟୁଜ ଚ୍ୟାନେଲ ଏବଂ ଖବର କାଗଜକୁ ମିଳିଅଛି। ଉତ୍ତରାଛକ ନିକଟ ମଧୁପୁର ଗ୍ରାମ ପଞ୍ଚାୟତରେ ଏଭଳି କଙ୍ଗାରୁ କୋଟ ଚାଲିଛି। ଯାହାର ବାହୁବଳ ତଳେ ଚାଲିଆସୁଅଛି, ସେମାନଙ୍କ ମଧ୍ୟରେ ରହିଛନ୍ତି ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ମହାରଥୀଙ୍କ ଗ୍ରୁପ ଏବଂ ଶ୍ରୀମାନ ମହାରଥୀ। କିଛି ସାମ୍ବାଦିକ, ପୋଲିସ ଅଧିକାରୀ ଏବଂ କୁଜି ବିଜେଡ଼ି ନେତାମାନେ ଏମାନଙ୍କୁ ସହଯୋଗ କରୁଥିଲେ। ଏଠାରେ ପ୍ରଶ୍ନ ଉଠୁଛି ବିଜେପି ନେତା ମାନେ କଣ ତାଙ୍କ ରଙ୍ଗ ବଦଳାଇ ବିଜେଡିର ପଥ ଅନୁସରଣ କରି ଏଭଳି ଘୁନ୍ୟ ପରମ୍ପରାକୁ ଆଦରି ନେଉଛନ୍ତି !


ବାସ୍ତବ କ୍ଷେତ୍ରରେ ଏଥିରୁ ନିବୃତ ରହିବା ପାଇଁ ଉପର ସ୍ତରରେ ଥିବା ପୋଲିସ ଅଧିକାରୀ, ମନ୍ତ୍ରୀ ଏବଂ ପ୍ରଶାସକ ମାନଙ୍କ ତତ୍ୱାବଧାନରେ ଏହା ରୋକାଯାଇପାରିବ। ଏହାଦ୍ୱାରା ବହୁ ନିରୀହ ଗରିବ ଶ୍ରେଣୀର ଲୋକମାନେ ବାସହରା ହେଉଛନ୍ତି। ଏଭଳି ମଧ୍ୟ ବାଲିଅନ୍ତା ପୋଲିସଷ୍ଟେସନ ଅଧୀନରେ ଥିବା ବାଳକାଟୀ ରେ “କଙ୍ଗାରୁ କୋଟ” ଚାଲିଅଛି। ଯାହାକି ମଧୁପୁର କଙ୍ଗାରୁ କୋଟ ଠାରୁ କିଛି କମ ନୁହଁ। ଏହି କଙ୍ଗାରୁ କୋଟର ଶିକାର ହୋଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ନମିତା ଦେବି ନର୍ସିଙ୍ଗ କଲେଜର ମାଲିକ ସତ୍ୟଜିତ ରାୟ ଚୌଧୁରୀ। ପାହାଳ ଅଞ୍ଚଳର ଗଜାନନ ବିଲଡରର ମାଲିକ ଅଜୟ କୁମାର ପତି ମଧ୍ୟ ବିଜେଡିର ବିଧାୟକ ସୁଶାନ୍ତ ରାଉତଙ୍କ ଠାରୁ ବହୁ ଅର୍ଥ କଳାଧନ ଆକାରରେ ନେଇଛନ୍ତି ବୋଲି ଆମ ସୋର୍ଷକୁ ଖବର ମିଳିଅଛି।
ବାଳକାଟୀର ଭୀମସେନ ସାହୁ, କେଦାର ସାହୁ ଏବଂ ଜଣେ ଢ଼ାବା ମାଲିକ ମିଶିକରି ଏଠାରେ କଙ୍ଗାରୁ କୋଟ ଚଳାଇଛନ୍ତି। ସେମାନେ ବାଳକାଟୀ ଆଉଟପୋଷ୍ଟର କର୍ମଚାରୀ ମାନଙ୍କୁ, ବାଳକାଟୀ ଇଲେକ୍ଟ୍ରି ଅଫିସର କର୍ମଚାରୀ ମାନଙ୍କୁ ଟଙ୍କାର ଲୋଭ ଏବଂ ତାଙ୍କ କାର୍ଯ୍ୟ ନକଲେ ସେମାନେ ଦୁର୍ଦଶାରେ ପଡିବେ ବୋଲି ଧମକ ଦେଇ ତାଙ୍କ ସପକ୍ଷରେ ରଖିଛନ୍ତି। କଙ୍ଗାରୁ କୋଟ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି କାର୍ଯ୍ୟ କରୁଛନ୍ତି। ଯାହାଦ୍ୱାରା ନିରୀହ ବ୍ୟକ୍ତି ମାନଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି ହେବ। ପ୍ରକାଶ ଥାଉକି, କେଦାର ସାହୁ ହେଉଛନ୍ତି ଜଣେ ମଦ ମାଫିଆ ଏବଂ ତାଙ୍କ ନାମରେ କୋଡିଏରୁ ଉର୍ଦ୍ଧ କେସ ଅଛି। ଭୀମସେନ ସାହୁ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ଅମିନ। ସେ ଅଞ୍ଚଳର ସେ ଜଣେ ଜମି ମାଫିଆ।


କିର୍ମୀନାଲ ମିସକେଶ ନମ୍ବର ୪୯/୨୦୨୬, ଅଣ୍ଡର ସେକ୍ସନ ୧୬୩ ର ଉପଧାରା ୨, ବି. ଏନ. ଏସ. ଏସ. ଅନୁଯାୟୀ ଭୁବନେଶ୍ୱରର ଆଡିଶନାଲ ଡିସିପି ଏବଂ ଏକଜିକ୍ୟୁଟିବ ମାଜିଷ୍ଟ୍ରେଟ, ରଙ୍ଗଣୀସାହି, ଗ୍ରାମ ପଞ୍ଚାୟତ ପ୍ରତାପ ଶାସନର ଏକ ପ୍ଲଟ ଉପରେ ଦେଇଥିବା ସ୍ଥିତା ଅବସ୍ଥା ଜାରି ଏବଂ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିବାକୁ ଆଦେଶ ଦେବା ସହ ବାଲିଅନ୍ତା ଆଇ. ଆଇ.ସୀ.ଙ୍କୁ ତଦାରଖ ରିପୋର୍ଟ ଦେବାପାଇଁ ଆଦେଶ ଦେଇଥିଲେ। କିନ୍ତୁ ଭୀମସେନ ସାହୁ ତାଙ୍କ କଙ୍ଗାରୁ କୋଟ ମାଧ୍ୟମରେ ଏହାର ଅବମାନନା କରୁଛନ୍ତି। ସେମାନେ ଇଲେକ୍ଟ୍ରି ଲାଇନ, ଡ୍ରେନେଜ ଏୟାର ଭେଣ୍ଟିଲେସନ ଏବଂ ଲାଇଟ ଭେଣ୍ଟିଲେସନକୁ ନଷ୍ଟ କରି ନିଜର ପତିଆରା ଜାହିର କରିଛନ୍ତି।

ଏହାଦ୍ୱାରା ସେ ଅଞ୍ଚଳରେ ସେମାନେ ଭୟ ସୃଷ୍ଟି କରାଇବା ସହିତ ଆଇନକୁ ହାତରେ ନେବାରେ ସକ୍ଷମ ହୋଇଛନ୍ତି। ଏହି ଆକ୍ରୋଶରେ ଶିକାର ହେଇଛନ୍ତି ଗିରିଧାରୀ ଲାଲ ଷଡ଼ଙ୍ଗୀ। ଗୃହ ବିଭାଗ ଏବଂ ଭୁବନେଶ୍ୱର କମିଶନରେଟ ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ ହେଉଛି।
