ଯୁବ ସମାଜ ଓ ରାଷ୍ଟ୍ର ନିର୍ମାଣ ପାଇଁ ବିବେକାନନ୍ଦଙ୍କ ଜୀବନୀ ଏକ ପ୍ରେରଣା

 

ମର୍ଯ୍ୟାଦା ପୁରୁଷ ଭାବେ ସ୍ୱାମୀ ବିବେକାନନ୍ଦ ପରିଚିତ। ତାଙ୍କର ଜୀବନଶୈଳୀ ଯୁବପିଢ଼ିକୁ ପେରଣା ଯୋଗେଇଥାଏ। ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପେକ୍ଷୀରେ ରାଜସ୍ବ ଓ ପରିଚାଳନା ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ “ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ତଥା ରାଷ୍ଟ୍ର ନିର୍ମାଣରେ ଯୁବ ସମାଜର ଭୂମିକା” ଉପରେ ଆଧାରିତ ରଚନା, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା।

ଏହି ପ୍ରତିଯୋଗିତା ସଚିବାଳୟ ଠାରେ ଥିବା ବିଭାଗୀୟ କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ଏହାକୁ ରାଜସ୍ବ ବିଭାଗର ସାଂସ୍କୃତିକ ସାଂସଦ ସୁଚାରୁରୂପେ ପରିଚାଳନା କରିଥିଲେ। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହି ସଚେତନତା କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସାଧୁବାଦ ଆସୁଅଛି।
ଭୁବନେଶ୍ୱରରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *