ଖୋର୍ଦ୍ଧା ଜିଲ୍ଲାରେ ୧୪ ଶିଳ୍ପ ସଂସ୍ଥାର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଖୋର୍ଦ୍ଧା ଜିଲ୍ଲାରେ ୧୪ ଶିଳ୍ପ ସଂସ୍ଥାର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
ଖୋର୍ଦ୍ଧା ଜିଲ୍ଲା ହେବ ଶିଳ୍ପର ହବ୍ । ଯୁବକ ଯୁବତୀ ମାନଙ୍କ କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିବ ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧାର ହଳଦିପଦା ଠାରେ ୧୩ଗୋଟି ଶିଳ୍ପ ସଂସ୍ଥାର ଭିତ୍ତିପ୍ରସ୍ତର ଓ ଗୋଟିଏ ଶିଳ୍ପ ସଂସ୍ଥାର ଉଦଘାଟନ ଉତ୍ସବରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ୧୪ ଗୋଟି ଶିଳ୍ପ ସଂସ୍ଥାରେ ପ୍ରାୟ ୬ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହେଉଥିବା ବେଳେ ପ୍ରାୟ ୩୧ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ, ଆଗକୁ ଖୋର୍ଦ୍ଧା ଜିଲ୍ଲାରେ ନିଯୁକ୍ତି ସଂଭାବନା ଥିବା ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସଂମ୍ପଦ ଚନ୍ଦ୍ର ସ୍ବାଇଁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ହଳଦିପଦା କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଜଙ୍କିଆ ମୁଣ୍ଡାଆମ୍ବ ଶିଳ୍ପାଞ୍ଚଳରେ ପହଞ୍ଚି ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତିଷ୍ଠା ହୋଇଥିବା ମୃଦ୍ୟୁ ପାନୀୟ କମ୍ପାନୀର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ଶିଳ୍ପ ସଂସ୍ଥା ମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତିକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ସମସ୍ତ ପ୍ରକଳ୍ପ ଆସନ୍ତା ୮ରୁ ୧୦ ମାସ ମଧ୍ୟରେ ପୁର୍ଣ୍ଣାଙ୍ଗ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଥିଲେ ।
ଖୋର୍ଦ୍ଧା ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *