ଉଦ୍ୟାପିତ ହେଲା କେନ୍ଦ୍ରାପଡା ତ୍ରୟୋବିଂଶତମ ପୁସ୍ତକ ମେଳା। ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ। କେନ୍ଦ୍ରାପଡ଼ା ଇଭେ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଉଦ୍ୟାପିତ ହୋଇଯାଇଛି ।

ଏହି ଅବସରରେ କେମ୍ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ବରିଷ୍ଠ କବି ତଥା ରେଳ ବିଭାଗର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସମ୍ମାନିତ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ ଯୋଗଦେଇ କହିଥିଲେ ଯେ ଭଲ ବହି ଆରମ୍ଭହୁଏ, ଆନନ୍ଦ ଜ୍ଞାନରୁ ଶେଷ ହୁଏ। ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ସେମାନେ ସମସ୍ତେ ବହି ପଢି ମଣିଷ ହୋଇଛନ୍ତି । ବହି ହେଉଛି ମଣିଷ ତିଆରି କାରଖାନା । ପୁସ୍ତକମେଳା ହେଉଛି ସାହିତ୍ୟର ମହାକୁମ୍ଭ।

ଆୟୋଜକ କେମ୍ କମିଟି ଦ୍ୱାରା ଚଳିତବର୍ଷ ପାଇଁ ପଚାଶ ବର୍ଷ ବୟସ ସୀମା ମଧ୍ୟରେ ‘ପୁସ୍ତକମେଳା ଯୁବ ସାହିତ୍ୟ ପୁରସ୍କାର’ ଯୁବ କଥାକାର ମାତୃଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ସେହିପରି ନୂତନ ପିଢିର ତରୁଣ ଲେଖକ/ଲେଖିକାମାନଙ୍କୁ ସାହିତ୍ୟ ରଚନା ଦିଗରେ ପ୍ରୋସାହିତ କରିବା ନିମନ୍ତେ “ପୁସ୍ତକ ମେଳା ନବସୃଜନ ପୁରସ୍କାର’, ଯୁବକବି ସଂଗ୍ରାମ ମହାରଣା, କେମ୍ ଶ୍ରେଷ୍ଠ ସାହିତ୍ୟ ସମ୍ମାନ ବରିଷ୍ଠ କବୟତ୍ରୀ ଅପର୍ଣ୍ଣା ମହାନ୍ତି । କେମ୍ ଶ୍ରେଷ୍ଠ ସମ୍ବାଦ ସାହିତ୍ୟ ସମ୍ମାନ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, କେମ୍ ଶ୍ରେଷ୍ଠ ସମ୍ବାଦ ସୁଜନ ସମ୍ମାନ ଲକ୍ଷ୍ମୀକାନ୍ତ ନାୟକ, କେମ ଶ୍ରେଷ୍ଟ ଇଭେ ମ୍ୟାନେଜର ସମ୍ମାନ ବଂଶିଧର ମହାନ୍ତି, କେମ ଶ୍ରେଷ୍ଟ ଇଭେଣ୍ଟ ମ୍ୟାନେଜର ସମ୍ମାନ ଅମ୍ରିନକୁ ଦିଆଯାଇଅଛି। ଏହି ଉତ୍ସବ କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ମହଲରେ ଉତ୍ସାହ ଭରିଦେଇଛି।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସ।
